ETV Bharat / state

ସେବା ଦିବସ ଭାବେ ପାଳିତ ହେଲା ଗୋପବନ୍ଧୁ ଜୟନ୍ତୀ - ଗୋପବନ୍ଧୁଙ୍କ ଜୟନ୍ତୀକୁ ସେବା ଦିବସ ଭାବେ ପାଳନ

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 142 ତମ ଜୟନ୍ତୀ ଦିବସକୁ ସେବା ଦିବସ ଭାବରେ ପାଳନ କରିଛି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖଡ଼ିଆଳ । ଅଧିକ ପଢନ୍ତୁ...

Gopbandhu's jayanti is celebrated as Service Day
ଗୋପବନ୍ଧୁଙ୍କ ଜୟନ୍ତୀକୁ ସେବା ଦିବସ ଭାବେ ପାଳନ
author img

By

Published : Oct 9, 2020, 9:32 PM IST

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 142 ତମ ଜୟନ୍ତୀ ଦିବସକୁ ସେବା ଦିବସ ଭାବରେ ପାଳନ କରିଛି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖଡ଼ିଆଳ । ପୂର୍ବ ବର୍ଷ ମାନଙ୍କରେ ଗୁରୁଜୀ ଗୁରୁମା ଛାତ୍ରଛାତ୍ରୀ ସମୂହ ମିଶି ଗାଁଦାଣ୍ଡ,ରାସ୍ତା ଘାଟ,ବେଦୀ ମଠ ସଫେଇ କରିଆସୁଥିଲେ ।

ଗୋପବନ୍ଧୁଙ୍କ ଜୟନ୍ତୀକୁ ସେବା ଦିବସ ଭାବେ ପାଳନ

ଚଳିତ ବର୍ଷ ମହାମାରୀ କୋଭିଡ କଟକଣା ପାଇଁ ଖଡ଼ିଆଳ ସ୍ଥିତ ଏରିକେସନ ଶିବମନ୍ଦିର ପ୍ରାଙ୍ଗଣର ଚତୁଃପାର୍ଶ୍ୱକୁ ସାନିଟାଇଜ କରିଛି ବିଦ୍ୟା ମନ୍ଦିର । ଏହି ଅବସରରେ ଆୟୋଜିତ କାର୍ଯ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଭୋକ୍ତାଙ୍କ ନେତୃତ୍ୟରେ ଗୁରୁଜୀ ଗୁରୁମା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ଥିଲେ ।

ମହାମାରୀ ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ନିଶୁଳ୍କ ସେବାକାର୍ଯ୍ୟ କରିଥିବାରୁ ମନ୍ଦିର ଟ୍ରଷ୍ଟ ତଥା ସ୍ଥାନୀୟ ଲୋକେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାତ ଜଣାଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.