ETV Bharat / state

ସାମାନ୍ୟ ବଚସାରୁ ଏସିଡ୍ ମାଡ, 5 ଗୁରୁତର - ନୂଆପଡା ଏସିଡ ମାଡ

Acid attack: ନୂଆପଡାରେ ସାମାନ୍ୟ ବଚସାରୁ ଏସିଡ ମାଡ ଅଭିଯୋଗ । ଉଭୟ ଗୋଷ୍ଠୀର 5 ଗୁରୁତର । ଅଧିକ ପଢନ୍ତୁ

ନୂଆପଡାରେ ଏସିଡ ମାଡ
ନୂଆପଡାରେ ଏସିଡ ମାଡ
author img

By ETV Bharat Odisha Team

Published : Jan 12, 2024, 8:33 AM IST

ସାମାନ୍ୟ ବଚସାରୁ ଏସିଡ୍ ମାଡ

ନୂଆପଡା: ସାମାନ୍ୟ ବଚସାରୁ ଏସିଡ ମାଡ । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗ୍ରାମରେ ସାମାନ୍ୟ କଥାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଏସିଡ ମାଡ଼ କରାଯାଇଛି । ଏଥିରେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ କରିଛି ।

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଏସିଡ ମାଡ଼ ଘଟଣା ସାମ୍ନାକୁ ଆସିଛି । ଏସିଡ ମାଡରେ ଉଭୟ ଗୋଷ୍ଠୀରୁ 5ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିମାନଙ୍କୁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବା କାରଣରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରଙ୍କ ମଧ୍ୟରେ ବିଜୟ ସରାଫ ନାମକ ଜଣେ ଯୁବକଙ୍କ ବାମ ଆଖିରେ ଏସିଡ ମାଡ଼ ହୋଇଥିବାରୁ ତାଙ୍କ ବାମ ଆଖି ଦେଖାଯାଉନଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ.. କନ୍ଧମାଳରେ ବାପ-ପୁଅଙ୍କୁ ଏସିଡ୍ ମାଡ଼, 3 ଆହତ

ଉଭୟ ପକ୍ଷରୁ ଖଡ଼ିଆଳ ଥାନାରେ ପୃଥକ ପୃଥକ ଭାବରେ ଲିଖିତ ଅଭିଯୋଗ ହୋଇଥିବାବେଳେ, ପୋଲିସ ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ । ତେବେ ପ୍ରାପ୍ତ ସୂଚନା ମତେ, ଡୁଆଝର ଗ୍ରାମର ମ୍ୟାନେଜର ସରାଫ ଏବଂ ଘନଶ୍ୟାମ ସରାଫ ଉଭୟେ ସୁନା ଅଳଙ୍କାର ତିଆରି କରିଥାନ୍ତି । ପ୍ରଥମେ ଘନଶ୍ୟାମ ସରାଫ ଖଡ଼ିଆଳ ବ୍ଲକ ଚିନ୍ଦାଗୁଡା ଗ୍ରାମରେ ସୁନା ଅଳଙ୍କାର ତିଆରିର ଏକ ଦୋକାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ମେନେଜର ସରାଫ ମଧ୍ୟ ସେହି ଚିନ୍ଦାଗୁଡା ଗ୍ରାମରେ ଆଉ ଏକ ସୁନା ଅଳଙ୍କାର ତିଆରି କରିବା ଦୋକାନ କରିଥିଲେ । ଗୋଟିଏ ଗ୍ରାମରେ ଉଭୟଙ୍କ ସୁନା ଅଳଙ୍କାର ଦୋକାନ ରହିଥିବା କାରଣରୁ ଉଭୟଙ୍କ ମଧ୍ୟରେ ବହୁ ଦିନରୁ ତିକ୍ତତା ରହିଥିଲା । ଗୁରୁବାର ଦିନ ଉଭୟଙ୍କ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଥିଲା । ଉଭୟ ଗୋଷ୍ଠୀ ଡୁଆଝର ବ୍ରିଜ ପାଖରେ ମୁହାଁମୁହିଁ ହୋଇ ପ୍ରଥମେ ଗାଳି ଝଗଡା କରିବା ପରେ ଏସିଡ ଫିଙ୍ଗା ଫିଙ୍ଗି ହୋଇଥିବା ନେଇ ସୂଚନା ରହିଛି । ଏହି ଆକ୍ରମଣରେ ଉଭୟ ଗୋଷ୍ଠୀର 5 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସାମାନ୍ୟ ତିକ୍ତତାକୁ ନେଇ ଏସିଡ ମାଡ଼ ହୋଇଥିବା କାରଣରୁ ଉଭୟ ଗୋଷ୍ଠୀକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।

ଅନ୍ୟପଟେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କ ସୂଚନା ଅନୁଯାୟୀ, ଡୁଆଝର ଗ୍ରାମର ଧନଞ୍ଜୟ ସରାଫ,ବିଜୟ ସରାଫ, ମ୍ୟାନେଜର ସରାଫ, ଘନଶ୍ୟାମ ସରାଫ, ସନ୍ତୋଷିନୀ ସରାଫଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଉଭୟ ଗୋଷ୍ଠୀ ଏସିଡମାଡ କରିଥିଲେ । ଏଥିରେ 5ଜଣଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ଚିକିତ୍ସା କରାଯାଇ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରେ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଅନ୍ୟ 3 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.