ETV Bharat / state

ସରିଲା ଜିଲ୍ଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ - ନୂଆପଡା ଖବର

ସରିଲା ଜିଲ୍ଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ଅନ୍ତର ନିହିତ ଲୁକାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟରେ ପାଳନ ହୋଇଥିଲା ସରଗିଫୁଲ ଶିଶୁ ମହୋତ୍ସବ । ଅଧିକ ପଢ଼ନ୍ତୁ

ସରିଲା ଜିଲ୍ଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ
ସରିଲା ଜିଲ୍ଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ
author img

By

Published : Dec 3, 2022, 10:51 PM IST

Updated : Dec 4, 2022, 4:13 PM IST

ନୂଆପଡା : ସରିଲା ଜିଲ୍ଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ । ନୂଆପଡ଼ା ଜିଲ୍ଲା କୁଲିଗାଁ ସେବାଶ୍ରମ ବିଦ୍ୟାଳୟରେ ସରିଲା ଜିଲ୍ଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ଅନ୍ତର ନିହିତ ଲୁକାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟରେ ପାଳନ ହୋଇଥିଲା ସରଗିଫୁଲ ଶିଶୁ ମହୋତ୍ସବ ।

ସରିଲା ଜିଲ୍ଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ

ଏଥିରେ ମୁଖ୍ୟଅତିଥି ଭାବରେ ରାଜ୍ୟସରକାରଙ୍କ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ । ଉତ୍ସବରେ 50ଗୋଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଚମତ୍କାର ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଯାହା ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଛି ।

"ସଭିଏଁ ପଢିବା ସଭିଏଁ ବଢିବା" ମନ୍ତ୍ରରେ ମନ୍ତ୍ରିତ ହେବାସହ ନିଜ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ଗୁଣାବଳୀକୁ ବିକଶିତ କରିବା ଏକ ଅନନ୍ୟ ପ୍ରଚେଷ୍ଟା । ଉତ୍ସବରେ ଏକକନୃତ୍ୟ, ଦଳଗତ ନୃତ୍ୟ, ବିଜ୍ଞାନ ମେଳା, ଏଲୋକେସନ, ସାଧାରଣ ଜ୍ଞାନ, ବକୃତା, ସଙ୍ଗୀତ, ଚିତ୍ରାଙ୍କନ ଭଳି 14 ଗୋଟି ଇଭେଣ୍ଟରେ 554 ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ପ୍ରତିଯୋଗିତାକୁ ସଫଳ କରିବା ପାଇଁ ଜିଲ୍ଲାର କାର୍ଯ୍ୟରତ 300 ଶିକ୍ଷକଶିକ୍ଷୟିତ୍ରୀ ନିୟୋଜିତ ଥିଲେ। ଏହି ସରଗିଫୁଲ ଶିଶୁ ମହୋତ୍ସବ ପ୍ରଥମ କରି 2011 ମସିହାରେ ତତ୍କାଳୀନ ମନ୍ତ୍ରୀ ସଚିବଙ୍କ ନେତୃତ୍ୟରେ ଆରମ୍ଭ ହୋଇଥିଲା। ଆଜକୁ ଦୀର୍ଘ 11ବର୍ଷ ହେବ ଅଦ୍ୟାବଦ୍ଧି ଜିଲ୍ଲା ଓ ରାଜ୍ୟସ୍ତରରେ ପାଳିତ ହୋଇଆସୁଛି ।

ଇଟିଭି ଭାରତ, ନୂଆପଡା

Last Updated : Dec 4, 2022, 4:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.