ETV Bharat / state

ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ - ନୂଆପଡା ଜିଲ୍ଳାପାଳ ସ୍ବଧା ଦେବ ସିଂ

ନୂଆପଡା ଜିଲ୍ଳାପାଳ ସ୍ବଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ ଋତୁ 2020-21 ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

District level meeting for the kharif season
ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ
author img

By

Published : Nov 3, 2020, 9:59 AM IST

ନୂଆପଡ଼ା: ଚଳିତ ଖରିଫ ଋତୁ 2020-21 ବର୍ଷ ପାଇଁ ନୂଆପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହାର ଅଧ୍ୟକ୍ଷତା କରିଥିଲେ ଜିଲ୍ଳାପାଳ ସ୍ବଧା ଦେବ ସିଂ । ବୈଠକରେ ପ୍ଲାନିଙ୍ଗ୍ ବୋର୍ଡ ଅଧ୍ୟକ୍ଷ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କୃଷି ଅଧିକାରୀ ସମେତ ଜିଲ୍ଲାସ୍ତରୀୟ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ । ଏହା ସହ, ଜିଲ୍ଲାର ମିଲର୍ସ ମାଲିକ ଗଣ ଉପସ୍ଥିତ ରହି ଧାନ କ୍ରୟ ସମ୍ପର୍କରେ ବିଷଦ ଆଲୋଚନା କରିଛନ୍ତି ।

ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ

ଚଳିତ ବର୍ଷ 76 ଗୋଟି ଧାନମଣ୍ଡିରେ 28 ଟି ମିଲର୍ସ ଧାନ କ୍ରୟ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ସେହିଭଳି ଚଳିତ ବର୍ଷ 55 ହଜାର ମେଟ୍ରିକ ଟନ ଧାନ କ୍ରୟ କରିବା ପାଇଁ ଲକ୍ଷ ଧାର୍ଯ୍ୟ ଥିବା ନୂଆପଡା ଜିଲ୍ଳାପାଳ ସୂଚନା ଦେଇଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.