ETV Bharat / state

ମିଳୁନି ଅଙ୍ଗନବାଡି ଗୃହ, ବାର ଦୁଆରେ ବୁଲୁଛନ୍ତି ପିଲାଏ

ଉଭୟ ଶିଶୁ ଓ ମାଆଙ୍କ ବିକାଶ, ମୃତ୍ୟୁହାର ରୋକିବା ଓ ସେମାନଙ୍କୁ ସଚେତନ କରାଇବାରେ ଅଙ୍ଗନବାଡି କେନ୍ଦ୍ରର ରହିଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ହେଲେ ନୂଆପଡାର ଖଡିଆଳ ବ୍ଲକ ଅଧିନସ୍ଥ ଖଇରଭାଡି ଗାଁରେ ଦେଖିବାକୁ ମିଳିଛି ଅବହେଳିତ ବିକାଶର ନଗ୍ନଚିତ୍ର।

author img

By

Published : Aug 3, 2019, 3:27 PM IST

ଫଟୋ ସୌଜନ୍ୟ: ପ୍ରତିନିିଧି, ନୂଆପଡା

ନୂଆପଡା: ଉଭୟ ଶିଶୁ ଓ ମାଆଙ୍କ ବିକାଶ, ମୃତ୍ୟୁହାର ରୋକିବା ଓ ସେମାନଙ୍କୁ ସଚେତନ କରାଇବାରେ ଅଙ୍ଗନବାଡି କେନ୍ଦ୍ରର ରହିଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ହେଲେ ନୂଆପଡା, ଖଡିଆଳ ବ୍ଲକ ଅଧିନସ୍ଥ ଖଇରଭାଡି ଗାଁରେ ଦେଖିବାକୁ ମିଳିଛି ଅବହେଳିତ ବିକାଶର ନଗ୍ନଚିତ୍ର । ଏଠାରେ ନବନିର୍ମିତ ଅବସ୍ଥାରେ ପଡି ରହିଛି ଅଙ୍ଗନବାଡି କେନ୍ଦ୍ର । ହେଲେ ଘର ଥାଉ ଥାଉ ବିପଜ୍ଜନକ ଅବସ୍ଥାରେ ଅନ୍ୟତ୍ର ପାଠ ପଢୁଛନ୍ତି କୁନି କୁନି ଶିଶୁ ।

ସୂଚନା ଅନୁଯାୟୀ ଅଙ୍ଗନବାଡି ସେଣ୍ଟର ନଥିବା କାରଣରୁ ଦୀର୍ଘ 10 ବର୍ଷ ହେବ ଏପରି ଅବସ୍ଥାରେ ପାଠ ପଢୁଛନ୍ତି କୁନି କୁନି ଶିଶୁ । 2014-15 ମସିହାରେ ଆଇଏପି ଯୋଜନାରେ 6 ଲକ୍ଷ ମଞ୍ଜୁର କରିଥିଲେ ସରକାର । ଏହି ଅନୁଦାନ ଅର୍ଥ ସହାୟତାରେ 2 ବର୍ଷ ହେବ ନିର୍ମାଣ ହୋଇ ସାରିଛି ଅଙ୍ଗନବାଡି ଘର । ହେଲେ ନିର୍ମାଣ ସରିବା ପରେ ମଧ୍ୟ ହସ୍ତାନ୍ତର ହୋଇ ପାରିନାହିଁ ନବନିର୍ମିତ ଘର ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ନୂଆପଡା

ଅନ୍ୟପଟେ ଏପରି ବିପଦଜନକ ଅବସ୍ଥାରେ ନିଜ ପିଲାଙ୍କୁ ପାଠ ପଢିବାକୁ ଛାଡିବା ପାଇଁ ଭୟଭୀତ ଅଭିଭାବକ । ଖଇରଭାଡି ଅଙ୍ଗନବାଡି ସେଣ୍ଟରର 35 ଜଣ କୋମଳମତି ଶିଶୁଙ୍କୁ ନେଇ ଏକ ପ୍ରାଇଭେଟ ଘରରେ ଚାଲିଛି ସେଣ୍ଟର । ଅଣଓସାରିଆ ଛପର ଘର ହୋଇଥିବାରୁ ଦିନରେ ସୂର୍ଯ୍ୟ କିରଣ ପଡିଥାଏ । ଶିଶୁଙ୍କ ଖେଳ ଉପକରଣ, ଖାତାପତ୍ର ରଖିବାକୁ ଜାଗା ନାହିଁ । ଯାହା ଫଳରେ ବସ୍ତାରେ ପୁରାଇ ରଖିବାକୁ ପଡୁଛି ଆବଶ୍ୟକୀୟ ସାମଗ୍ରୀ ।

ଶିଶୁଙ୍କୁ ପାଠ ପଢାଇବା ପରି ଦୈନିକ କାର୍ଯ୍ୟକଳାପରେ ବାଧା ଉପୁଜୁଛି ବୋଲି ଅଙ୍ଗନବାଡି କର୍ମୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ନୂତନ ଅଙ୍ଗନବାଡି ସେଣ୍ଟର ହସ୍ତାନ୍ତର କରିବାକୁ ଦାବି ହୋଇଛି। ଅପରପକ୍ଷେ ଖୁବଶୀଘ୍ର ନବନିର୍ମିତ ସେଣ୍ଟରକୁ ଯିବା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦେଶ ଦେଇଥିବା ସମନ୍ବିତ ଶିଶୁ ବିକାଶ ଅଧିକାରୀ କହିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.