ETV Bharat / state

ବଢୁଛି ସଂକ୍ରମଣ: ନୂଆପଡାରୁ ଛତିଶଗଡକୁ ବସ ଚଳାଚଳ ବନ୍ଦ

author img

By

Published : Mar 30, 2021, 12:59 PM IST

ନୂଆପଡାରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବଡ ନିଷ୍ପତ୍ତି। ପଡୋଶୀ ରାଜ୍ୟକୁ ବସ ଚଳାଚଳ ବନ୍ଦ ହେବା ସହ ଲୋକଙ୍କୁ କରାଯାଉଛି ସଚେତନ। ଅଧିକ ପଢନ୍ତୁ...

ନୂଆପଡାରୁ ଛତିଶଗଡକୁ ବସ ଚଳାଚଳ ବନ୍ଦ
ନୂଆପଡାରୁ ଛତିଶଗଡକୁ ବସ ଚଳାଚଳ ବନ୍ଦ

ଭୁବନେଶ୍ବର : ନୂଆପଡାରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବଡ ନିଷ୍ପତ୍ତି। ପଡୋଶୀ ରାଜ୍ୟକୁ ବସ ଚଳାଚଳ ବନ୍ଦ ହେବା ସହ ଲୋକଙ୍କୁ କରାଯାଉଛି ସଚେତନ। ନୂଆପଡାରୁ ଛତିଶଗଡକୁ ବସ ଚଳାଚଳ ବନ୍ଦ କଲା ଜିଲ୍ଲା ପ୍ରଶାସନ। ନୂଆପଡାରେ ଲୋକେ ସପିଂ କରିବାକୁ ଛତିଶଗଡ ଯାଉଛନ୍ତି ତେବେ ଛତିଶଗଡ ଯିବାକୁ ଏବେ ମନା ।

ନୂଆପଡାରୁ ଛତିଶଗଡକୁ ବସ ଚଳାଚଳ ବନ୍ଦ

ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କରି ଦିଆଯାଇଛି । ମାଇକ ଯୋଗେ ଲୋକଙ୍କୁ ସଚେତନତା କରାଯାଉଛି । ଟେଷ୍ଟିଂ ଓ ଟ୍ରାକିଂ କୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପକ୍ଷେ ଶିକ୍ଷାନୁଷ୍ଠାନରେ ମଧ୍ୟ ସଂକ୍ରମଣ ବଢୁଛି। ବାହାର ରାଜ୍ୟରୁ ଆସି ଏକତ୍ରିତ ହେବାରୁ ବଢୁଛି ସଂକ୍ରମଣ । ସୀମାନ୍ତ ଜିଲ୍ଲା ଉପରେ ରହିଛି ନଜର ରଖିଛନ୍ତି ପ୍ରଶାସନ ।

ନୂଆପଡା, ସୁନ୍ଦରଗଡ, ବରଗଡ, ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ଏହାସହ ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନିରଞ୍ଜନ ମିଶ୍ର।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.