ନୂଆପଡା : ରାଜ୍ୟ ଗଣଶିକ୍ଷା ବିଭାଗ ସଚିବ ତଥା ନୂଆପଡା ଜିଲ୍ଲା କୋଭିଡ 19 ପର୍ଯ୍ୟବେକ୍ଷକ ସତ୍ୟବ୍ରତ ସାହୁ ଆଜି ନୂଆପଡା ଜିଲ୍ଲାକୁ ଗସ୍ତ କରି ଫେରି ଯାଇଛନ୍ତି । ଗସ୍ତ ସମୟରେ ତାଙ୍କ ସହ ଗଣଶିକ୍ଷା ଭିଭାଗ ଯୁଗ୍ମ ନିର୍ଦ୍ଦେଶକ ସନାତନ ରଥ, ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳିପ୍ରସାଦ ବେହେରା ସମେତ ବହୁ ସଂଖ୍ୟକ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଗତ କିଛିଦିନ ହେବ ନୂଆପଡା ଜିଲ୍ଲାରେ କୋଭିଡ ପଜେଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଅଧିକରୁ ଅଧିକ ମାତ୍ରାରେ ରିଫ୍ଲେକଟ ଜରିଆରେ ଲୋକଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 45 ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ସରକାର କୋଭିଡ ଟୀକାକରଣ କାର୍ଯ୍ୟ ଚାଲୁ ରଖିଛନ୍ତି ।
ନୂଆପଡା ଜିଲ୍ଲାରେ କିଭଳି ଅଧିକ ଲୋକ ଟିକା ନେଇ ପାରିବେ, ସେଥିପ୍ରତି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗି ରହିଛି । ଯାହାଫଳରେ ଛତିଶଗଡ଼ ଲିଙ୍କ ନେଇ ଜିଲ୍ଲାରେ କୋଭିଡ ପଜେଟିଭ ସଂଖା ବୃଦ୍ଧି ପାଉଛି । ସୀମା ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଖରିଆରରୋଡ଼ ବୋର୍ଡର ଏରିଆକୁ ଯାଇଥିଲେ ସଚିବ । ସେହିଭଳି ବିଦ୍ୟାଳୟ ଗୁଡିକରେ କିଭଳି କୋଭିଡ ନିୟମ ପାଳନ କରାଯାଉଛି ଜାଣିବା ପାଇଁ ଧରମବନ୍ଧା, ସାରବଙ୍ଗ ବିଦ୍ୟାଳୟକୁ ଯାଇ ବୁଝି ପଚାରିଛନ୍ତି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରି ଡାକ୍ତର, ବିଭାଗୀୟ ଅଧିକାରୀଙ୍କ ସହ କୋଭିଡ ଉପରେ ଆଲୋଚନା କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ