ETV Bharat / state

ଭିଟାମାଟି ଧୋଇଲା ବର୍ଷା ପାଣି, ନିଦ ହଜାଇଛି ପ୍ରଶାସନର ନାସ୍ତି ବାଣୀ

‘ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ ।’ କେଉଁଠି ଜଳ କଷ୍ଟରେ ଲୋକେ ଜର୍ଜରିତ ତ କେଉଁଠି ପୁଣି ପ୍ରକୃତିର ତାଣ୍ଡବ ଆଗରେ ଛାରଖାର ହୋଇଛି ମଣିଷର ସଂସାର । ଏମିତି ଏକ ନଜିର ଦେଖିବାକୁ ମିଳିଛି ନୂଆପଡି ଜିଲ୍ଲା ସଦର ମହକୁମାଠାରୁ 95 କିଲୋମିଟର ଦୂରରେ ଅବସ୍ଥିତ ବରଗାଁ ଗ୍ରାମ ପଞ୍ଚାୟତସ୍ଥିତ ନଦୀକୂଳିଆ ବୋଟୋପାଲି ଗାଁରେ । ଗତ କିଛି ଦିନ ହେବ ରାଜ୍ୟରେ ଦାଉ ସାଜିଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଏହି ବୋଟୋପାଲି ଗାଁର ଅବସ୍ଥା । ଅଧିକ ପଢନ୍ତୁ...

author img

By

Published : Aug 25, 2020, 2:02 PM IST

nuapada latest news, bara gaon's grief in nuapada, heavy rain in baragaon, continuous rain in nuapada, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡା ବରଗାଁର ଦୁଃଖ, ବରଗାଁରେ ବର୍ଷା ବିତ୍ପାତ, ନୂଆପଡାରେ ଲଗାଣ ବର୍ଷା
ଭିଟାମାଟି ଧୋଇଲା ବର୍ଷା ପାଣି, ନିଦ ହଜାଇଛି ପ୍ରଶାସନର ନାସ୍ତି ବାଣୀ

ନୂଆପଡା: ସ୍ଥାନୀୟ ବରଗାଁ ଗ୍ରାମ ପଞ୍ଚାୟତସ୍ଥିତ ନଈ କୂଳିଆ ବୋଟୋପାଲି ଗାଁ ଲୋକଙ୍କୁ ଦାଉ ସାଜିଲା ଲଘୁଚାପଜନିତ ଲଗାଣ ବର୍ଷା । ଚାଳ ଛପର ବାସଗୃହଗୁଡ଼ିକ ଧସି ଭୁଷୁଡି ଭାଙ୍ଗି ଯାଇଥିବା ବେଳେ ବାସ ଗୃହ ହରାଇ ଦୁର୍ବିସହରେ ଜୀବନ ବଞ୍ଚାଇଛନ୍ତି ଗାଁର 10ରୁ ଉର୍ଦ୍ଧ୍ବ ପରିବାର । ଗରିବ ଅସହାୟ ହୋଇଥିବାରୁ ନୂତନ ବାସଗୃହ ନିର୍ମାଣ କରିବାରେ ସକ୍ଷମ ନୁହନ୍ତି କ୍ଷତିଗ୍ରସ୍ତ ଲୋକେ । ଏବେ କେବଳ ସରକାରୀ ଆବାସ ଗୃହକୁ ଅପେକ୍ଷା ।

ନୂଆପଡା ଜିଲ୍ଲା ସଦର ମହୁକମାଠାରୁ 95 କିଲୋମିଟର ଦୂରତାରେ ଅବସ୍ଥିତ ବରଗାଁ ଗ୍ରାମପଞ୍ଚାୟତସ୍ଥିତ ନଈ କୂଳିଆ ବୋଟୋପାଲି ଗାଁ । ବୋଟୋପାଲି ଗାଁ ମୁହଁ ଦେଇ ବହିଯାଇଛି ଅହିଲାଟ ନଈ ଏବଂ ଗାଁ ପଛପଟ ଦେଇ ବହିଯାଇଛି ସାହାଯୋର ନଈ । ଦୁଇ ନଈ ଦ୍ବାରା କବଳିତ ବୋଟୋପାଲି ଗାଁ । ଉପର ମୁହାଣରେ ସ୍ବଳ୍ପ ବର୍ଷା ହେଲେ ମଧ୍ୟ ଏଠିକାର ଲୋକେ ବନ୍ୟା ବିତ୍ପାତରେ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିରେ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଗାଁ ଲୋକଙ୍କ ଘର ଦ୍ବାର ଉଜାଡ଼ି ଦେଇଛି । ଗାଁର ଭାଗତ ସାତନାମୀ, ମଙ୍ଗଲରାମ ସାତନାମୀ, ପୀତବାସ ସାତନାମୀ, ସୁନୀଲ ସାତନାମୀ ଏବଂ ଅମରସିଂ ସାତନାମୀ ଭଳି 10ରୁ ଉର୍ଦ୍ଧ୍ବ ପରିବାରର ବାସଗୃହ ଧସି ଭୁଷୁଡି ଭାଙ୍ଗି ପଡିଛି ।

950 ଜନସଂଖ୍ୟା ବିଶିଷ୍ଟ ବୋଟୋପାଲି ଗାଁକୁ ଦାଉ ସାଜିଲା ଅହିଲାଟନଦୀ ଏବଂ ସାହାଯୋର ନଦୀ । ଫଳରେ କିଛି ପରିବାର ଅର୍ଦ୍ଧ ଭଗ୍ନ ବାସଗୃହରେ ଆଶ୍ରୟ ନେଇଥିବା ବେଳେ ଆଉ କିଛି ଲୋକ ବେସାହାରା ହୋଇ ଖୋଲା ଆକାଶ ତଳେ ପଲିଥିନ ଲଗାଇ ଦୁର୍ବିସହ ଭାବେ ଆଶ୍ରୟ ନେଇଛନ୍ତି । ପ୍ରତିବର୍ଷ ଏହି ଗାଁର ଲୋକମାନେ ବନ୍ୟା କ୍ଷତିରେ ପଡ଼ିଥାନ୍ତି । ସହାୟତା ପାଇଁ ସ୍ଥାନୀୟ ସରପଞ୍ଚ, ସିନାପାଲି ବିଡିଓ, ନୂଆପଡା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଦୁଃଖ ଜଣାଇଥାନ୍ତି ସତ ହେଲେ ଫଳାଫଳ ଶୂନ୍ୟ । ଏବେ ପୁଣି ସେହି ଦୁଃଖ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଗାଁ ଲୋକେ ।

10ରୁ ଉର୍ଦ୍ଧ ପରିବାର ଲୋକଙ୍କ ବାସଗୃହ ଧସି ଭୁଷୁଡି ଯାଇଛି ତ ଆଉ କାହାର ଘର ଫାଟି ଆଁ କରିଛି । ବାସହରା ଲୋକଙ୍କୁ ବାସଗୃହ ଯୋଗାଇ ଦେବାକୁ ଆମେ ସିନାପାଲି ବିଡିଓଙ୍କ ସହ ଆଲୋଚନା କରିଥିଲୁ । ଅପରପକ୍ଷେ ଚଳିତ 2019-20 ଆର୍ଥିକ ବର୍ଷରେ 734 ପ୍ରଧାନମନ୍ତ୍ରୀ ଆବାସ ଗୃହ ଏବଂ 2020-21 ଆର୍ଥିକ ବର୍ଷରେ 2692 ଆବାସ ଗୃହ ମଞ୍ଜୁର କରିଛନ୍ତି ସରକାର । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ବୋଟୋପାଲି ଗାଁ ଲୋକଙ୍କୁ ବାସଗୃହ ଯୋଗାଇ ଦେବେ ବୋଲି ସିନାପାଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.