ETV Bharat / state

କଲବଲ କରୁଛି ଶୀତ, ଅସ୍ତବ୍ୟସ୍ତ ଜନଜୀବନ

author img

By ETV Bharat Odisha Team

Published : Dec 27, 2023, 10:06 PM IST

Cold wave to sweep continuously: ଗତ କିଛିଦିନ ହେବ ନୂଆପଡା ଜିଲ୍ଲାରେ କଲବଲ କରୁଛି ଶୀତ। ଏଠାକାର ତାପମାତ୍ରା ପ୍ରାୟ ୧୨-୧୩ ଡିଗ୍ରୀ ରହୁଥିବା ବେଳେ ଶୀତରେ ଥରୁଛନ୍ତି ଲୋକେ ଏବଂ ଘନ କୁହୁଡି ପାଇଁ ବି ଯାତାୟତ ବାଧାପ୍ରାପ୍ତ । ନିଆଁ ହିଁ ଏକମାତ୍ର ସାହା ଭରଷା ହୋଇଥିବା ବେଳେ ବୟସ୍କଙ୍କୁ ଶୀତ ବସ୍ତ୍ର ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି । ଦେଖନ୍ତୁ ଏହି ରିପୋର୍ଟ,

ନୂଆପଡାରେ କଲବଲ କରୁଛି ଶୀତ, ଅସ୍ତବ୍ୟସ୍ତ ଜନଜୀବନ

କଲବଲ କରୁଛି ଶୀତ

ନୂଆପଡା: ଜିଲ୍ଲାରେ ଗତ କିଛିଦିନ ହେବ ପ୍ରବଳ ଶୀତର ଲହରୀ ଲାଗିରହିଛି । ଶୀତ ପ୍ରଭାବରେ ସାଧାରଣ ଧନ ଜୀବନ ପ୍ରଭାବିତ ହୋଇପଡିଛି । ବିଶେଷକରି ଛୋଟ ପିଲା ଠାରୁ ବୟସ୍କ ଲୋକମାନେ ଶୀତ କାକରରେ ଥରୁଥିବା ଦେଖାଦେଇଛି । ଘନ କିହୁଡ଼ି ପାଇଁ ଗାଡି ମୋଟର ଯାନବାହାନ ଚଳାଚଳ ଠପ ହୋଇପଡିଛି । ସେପଟେ ସକାଳୁଆ ସ୍କୁଲ କଲେଜ ଯିବା ବି ପିଲାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । କେବଳ ନିଆଁକୁ ଭରଷା କରି ରହୁଥିବା ବେଳେ ବୟସ୍କଙ୍କୁ ଶୀତ ବସ୍ତ୍ର ପ୍ରଦାନ ପାଇଁ ସ୍ଥାନୀୟରେ ଦାବି ହୋଇଛି ।

ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି, ବୋଡେନ, କୋମନା, ନୂଆପଡା ଆଦି ଅଞ୍ଚଳରେ ଗତ କିଛିଦିନ ହେବ ପ୍ରବଳ ଶୀତ ଲାଗିରହିଛି । ଶୀତ ପ୍ରଭାବରେ ଘନ କିହୁଡ଼ି ଦେଖିବାକୁ ମିଳିଛି । ଫଳରେ ଚାରିଆଡେ କୁହୁଡି ପାଇଁ ଅନ୍ଧକାର ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟୁଛି । ଫଳରେ ମନିଂ ୱାର୍କ ହେଉ ଅବା ଯାତାୟତ ପାଇଁ ଲୋକେ ବାହାରକୁ ଯିବାକୁ ଅମଙ୍ଗ ହେଉଛନ୍ତି । ପ୍ରବଳ ଶୀତ କାକରରେ ଦଳଦଳ ଚଢେଇ ଗୁଡିକ ଚିତ୍କାର କରୁଥିବା ଦେଖାଦେଇଛି । ଅପରପକ୍ଷରେ କୃଷକ ଶୀତ କାକରରେ ବାଧ୍ୟ ହୋଇ ଖଳାରେ ନିଜ ଉପାର୍ଜିତ ସଶ୍ୟକୁ ଜଗି ବସିଥିବା ଦେଖାଦେଇଛି । ଗ୍ରାମାଞ୍ଚଳର ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଜାଳି ବସୁଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଜାଡରେ ଥରୁଛି ଅନୁଗୋଳ, ଆଠ ଡିଗ୍ରୀ ତଳେ ତାପମାତ୍ରା

ଶୀତ ପ୍ରଭାବରେ ଲୋକେ ପ୍ରାତଃରୁ ଶଯ୍ୟା ତ୍ୟାଗକରି ନିଜ ଦୈନିକ କାମଧନ୍ଦାରେ ଯାଇପାରୁନାହାନ୍ତି । ଯୁବକ ଯୁବତୀ ମାନେ ଜ୍ୟାକେଟ ଟୋପି ପରିଧାନ କରି କରି ବାହାରକୁ ଯାଉଥିବା ବେଳେ ବୟସ୍କମାନେ ନିଆଁ ଜାଳି ବସି ରହୁଛନ୍ତି । ସକାଳ ୯ ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ସକାଳୁ ବିଭିନ୍ନ ସ୍ଥାନରେ ଥିବା ଚା’ ଦୋକାନ ଗୁଡିକରେ ଭିଡ଼ ଦେଖିବାକୁ ମିଳୁଛି । ସକାଳ ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ଯାଉ ନାହିଁ । ଏଥିସହ ଗରିବ ଅସହାୟ ଲୋକ ମାନଙ୍କ ପାଖରେ ଚାଦର କମ୍ବଳ ଭଳି ଗରମ ପୋଷାକ ନଥିବା କାରଣରୁ ଘରେ ତାଟି କବାଟ ବନ୍ଦ କରି ରହିଯାଉଛନ୍ତି । ତେବେ ଏପରି ପରିସ୍ଥିତିରେ ଅସହାୟ ଗରିବ ଲୋକମାନଙ୍କୁ ସରକାର ଗରମ ପୋଷାକ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ନୂଆପଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.