ETV Bharat / state

ଶୁଖୁନି ଲୁହାର୍ ବୃଦ୍ଧ ଦମ୍ପତିଙ୍କ ଲୁହ, ପକ୍ଷାଘାତ ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ ଗାଁର ପକ୍ଷାଘାତ ରୋଗୀ ବୃଦ୍ଧ ପ୍ରହଲ୍ଲାଦ ଲୁହାର ଏବଂ ସ୍ତ୍ରୀ ସୁଶିଳାବାଇ ଲୁହାର । ଆବଶ୍ୟକୀୟ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାର ବିଭିନ୍ନ ପ୍ରକାରର ଯୋଜନା କରୁଥିଲେ ମଧ୍ୟ ଏମାନଙ୍କ ପାଖରେ ଅପହଞ୍ଚ ଉଭୟଙ୍କ ବୟସ ବାର୍ଦ୍ଧକ୍ୟରେ ପହଞ୍ଚି ସାରିଛି, ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା। ଏଠାରେ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ବାଟବଣା । ଅଧିକ ପଢନ୍ତୁ...

author img

By

Published : Jan 25, 2020, 11:25 PM IST

below-poverty-line-old-family-nuapada-does-not-get-health-service-due-to-financial-problem
ଦାରିଦ୍ର୍ୟତାରେ ଜର୍ଜରିତ ବୃଦ୍ଧ ଦମ୍ଫତି,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା: ସରକାର ଗରିବଙ୍କୁ ସହାୟତା ଯୋଗାଇଦେବା ପାଇଁ ଏକାଧିକ ଯୋଜନା କରିଛନ୍ତି । ହେଲେ ନୂଆପଡା ଜିଲ୍ଲା ଗୋଡାଲ ଗାଁର ପକ୍ଷାଘାତରେ ପୀଡିତ ବୃଦ୍ଧ ଦମ୍ପତି ପ୍ରହଲ୍ଲାଦ ଲୁହାର ଏବଂ ସ୍ତ୍ରୀ ସୁଶିଳାବାଇ ଲୁହାରଙ୍କ ପାଇଁ ଯୋଜନା ବାଟବଣା ହୋଇପଡିଛି । ଉଭୟଙ୍କ ବୟସ ବାର୍ଦ୍ଧକ୍ୟରେ ପହଞ୍ଚି ସାରିଛି, ହେଲେ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ, ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାଟବଣା ।

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ ଗାଁ ରାସ୍ତାକଡ ଚାଳଛପର, କଞ୍ଚାମାଟି ଘରେ ବାସକରନ୍ତି ପକ୍ଷାଘାତ ରୋଗୀ ବୃଦ୍ଧ ପ୍ରହଲ୍ଲାଦ ଲୁହାର ଏବଂ ସ୍ତ୍ରୀ ସୁଶିଳାବାଇ ଲୁହାର । ଆବଶ୍ୟକୀୟ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସାମର୍ଥ୍ୟ ଅନୁସାରେ ଚେରିମୂଳି ଦେଶୀ ଚିକିତ୍ସା କରିଛନ୍ତି ସ୍ତ୍ରୀ ଶୁଶିଳାବାଇ ହେଲେ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିନାହାଁନ୍ତି ପ୍ରହଲ୍ଲାଦ । ଚିକିତ୍ସା ଏବଂ ଭତ୍ତା ସହାୟତା ପାଇଁ ସ୍ତ୍ରୀ ସୁଶିଳାବାଇ ସ୍ଥାନୀୟ ସରପଞ୍ଚ, ୱାଡ଼ମେମ୍ବରଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ । ଶେଷରେ ନିରାଶ ହୋଇ ପଡି ରହିଛନ୍ତି ଦମ୍ପତି । ବୟସର ଅପରାହ୍ନରେ ଦମ୍ପତିଙ୍କ ପାଇଁ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି।

ପ୍ରହଲ୍ଲାଦ ଏବଂ ସ୍ତ୍ରୀ ସୁଶିଳାବାଇ ଜାତିର କମାର ହୋଇଥିବାରୁ କୌଳିକ ବୃତ୍ତି କରି ତେଲ ଲୁଣର ସଂସାର କରି ଗୁଜୁରାଣ ମେଣ୍ଟାଉଥିଲେ । ଲୁହାକୁ ନିଆଁରେ ଗରମ କରି କୋଡି, କୁଦାଳ, ଫାର୍ସା ଆଦି ସାମଗ୍ରୀ ତିଆରିକରି ସ୍ବଳ୍ପ ରୋଜଗାରରେ ଚଳିଯାଉଥିଲେ । ହେଲେ ଏବେ ଆଉ ଶରୀରରେ ଶକ୍ତି ନାହିଁ କି ଶାଳରେ କାମ ନାହିଁ। ଏମାନଙ୍କ ଦୁଇ ପୁଅ ଅଛନ୍ତି ବଡପୁଅ କମଳୁ ଲୁହାର ଦିନ ମଜୁରିଆ ଥିଲାବେଳେ ସାନପୁଅ ଶଙ୍କର ଲୁହାର ସ୍ତ୍ରୀ ପିଲାଛୁଆକୁ ଧରି ହାଇଦ୍ରାବାଦ ଇଟାଭାଟିରେ ଦାଦନ ଖଟୁଛି ।

ଏପଟେ ଗୋଡାଲ ଗାଁରେ ବୃଦ୍ଧା ଦମ୍ପତି ସରକାରୀ ସହାୟତାକୁ ଅପେକ୍ଷାକରି ଅନାଇ ବସିଛନ୍ତି । ଏହି ଦମ୍ପତିଙ୍କ ବିଷୟରେ ସିନାପାଲି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲୁ । ଆମଠାରୁ ଜାଣିବା ପରେ ତୁରନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ସହାୟତା ଯୋଗାଇଦେବୁ ବୋଲି ପ୍ରତିଶୃତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.