ETV Bharat / state

ଦାୟିତ୍ବ ଆଗରେ ବନ୍ଧା ପଡିଛି ମମତା, 6 ବର୍ଷର ଝିଅକୁ ଛାଡି ଡ୍ୟୁଟି କରୁଛନ୍ତି ମା' - leaving her 6 year old daughter at home

ଗୋଟିଏ ପଟେ ନିଜ କାର୍ଯ୍ୟ ପ୍ରତି ତାଙ୍କ କର୍ତ୍ତବ୍ୟ ଓ ଆଉ ଗୋଟିଏ ପଟେ ଜଣେ ମା'ର ଦାୟିତ୍ବ । ଉଭୟଙ୍କୁ ସାମ୍ନା କରି ମହାମାରୀ କୋରୋନା ବିରୁଦ୍ଧ ଲଢେଇରେ ସେ ସାଜିଛନ୍ତି ଜଣେ ଆଗ ଧାଡିର ଯୋଦ୍ଧା । କୋରୋନା ସଙ୍କଟ ବେଳେ ମଧ୍ୟ କାର୍ଯ୍ୟରେ ଅବହେଳା ନକରି ନିଜ 6 ବର୍ଷର ଝିଅକୁ ଏକାକୀ ଘରେ ଛାଡି କାର୍ଯ୍ୟ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

constable mother
କୋରୋନା ବିରଦ୍ଧରେ ସଂଗ୍ରାମ ପାଇଁ ଅଟକିନି ଜଣେ ମା
author img

By

Published : May 1, 2020, 7:34 PM IST

ନୂଆପଡା: ନୂଆପଡା ଜିଲ୍ଲା ଟାଉନ ଥାନା ମହିଳା କନେଷ୍ଟବଳ ରଶ୍ମିତା ନାୟକଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ । ଯାହାଙ୍କ କାମକୁ ଭୁରିଭୁରି ପ୍ରଶଂସା କରିଛନ୍ତି ନୂଆପଡା ଜିଲ୍ଲାବାସୀ । ମହାମାରୀ କୋଭିଡ-19 ମହାଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି କନେଷ୍ଟବଳ ରଶ୍ମିତା ନାୟକ । ବିପଦକୁ ଖାତିର ନକରି ନିଜ 6ବର୍ଷର ଶିଶୁ କନ୍ୟାକୁ ଘରେ ଏକୁଟିଆ ଛାଡି କୋରୋନା ବିରଦ୍ଧରେ ସଂଗ୍ରାମ କରୁଛନ୍ତି ଏହି ମହିଳା କନେଷ୍ଟବଳ ।

କୋରୋନା ବିରଦ୍ଧରେ ସଂଗ୍ରାମ ପାଇଁ ଅଟକିନି ଜଣେ ମା

ନିଷ୍ଠାପର କର୍ତ୍ତବ୍ୟ ଓ ସାଧନା ସହ ପୁଣି ଜଣେ ମା'ର ଦାୟିତ୍ବ । ମହାମାରୀ କୋରୋନା ଯୋଗୁଁ ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଏଭଳି ସ୍ଥିତିରେ କୋରୋନା ମୁକାବିଲାର ଜଣେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ରଶ୍ମିତା ନାୟକ । ସେ ଓ ତାଙ୍କ ସ୍ବାମୀ ଶେଷଦେବ ବିଶି ମଧ୍ୟ ଜଣେ ପୋଲିସ କନେଷ୍ଟବଳ ଭାବେ ନୂଆପଡା ଜିଲ୍ଲା ଟାଉନ ଥାନାରେ କାର୍ଯ୍ୟରତ । ଗୋଟିଏ ପଟେ କୋଭିଡ-19 ମହାସଙ୍କଟ ତ ଆଉ ଗୋଟିଏ ପଟେ ଜଣେ ମା' ର ମମତା । ଯିଏ ନିଜ 6 ବର୍ଷର ଝିଅକୁ ଏକୁଟିଆ ଘରେ ଛାଡି ଡ୍ୟୁଟି କରିବାକୁ ଯାଉଛନ୍ତି । ନୂଆପଡାର ଏହି ପୋଲିସ ଦମ୍ପତିଙ୍କ କାର୍ଯ୍ୟକୁ ଏବେ ବେଶ ପ୍ରଶଂସା କରାଯାଉଛି ।

ଏହି କନେଷ୍ଟେବଳ ଦମ୍ପତିଙ୍କ ପୌତୃକ ଗାଁ ନୂଆପଡା ଖଡ଼ିଆଳ ବ୍ଳକ ନେହେନାରେ। ନିରୀହ ଶିଶୁ ମାଆ ବାପାର ବାତ୍ସଲ୍ୟ ସେହ୍ନ ମମତାରେ ବନ୍ଧା। ମାତ୍ର ଦାୟିତ୍ବ ଆଗରେ ହାର ମାନି ନାହାନ୍ତି କନେଷ୍ଟେବଳ ରଶ୍ମିତା । ନିଜ କୁନି ଝିଅକୁ ବୁଝାସୁଝା କରିବା ପରେ ଘରେ ସବୁ ବ୍ୟବସ୍ଥା କରି ଘର ଗେଟରେ ତାଲା ପକାଇ ଏହି ଦମ୍ପତି ଚାଲିଯାଆନ୍ତି ନିଜ କର୍ମସ୍ଥଳୀକୁ । କୋଭିଡ-19 କୁ ନେଇ ଦେଶ ମହାମାରୀର ସାମ୍ନା କରୁଥିବାବେଳେ , ସାଧାରଣ ଲୋକଙ୍କ ଧନ ଜୀବନ ବଞ୍ଚାଇବା ଡାକ୍ତରଙ୍କ ସହ ପୋଲିସଙ୍କର ମଧ୍ୟ ଭୂମିକା ରହିଛି । ଏଥିପାଇଁ 2019-20 ବର୍ଷ ପାଇଁ OR ବେଷ୍ଟ କନେଷ୍ଟେବଳ ଭାବରେ ରଶ୍ମିତା ନାୟକଙ୍କୁ DIG ଚୟନ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.