ETV Bharat / state

ଥରକରେ ଗାଁରେ 33 ଜଣଙ୍କୁ କୋଭିଡ ପଜିଟିଭ

author img

By

Published : Mar 25, 2021, 9:59 PM IST

ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଗୋଡାଲ ଗ୍ରାମପଞ୍ଚାୟତସ୍ଥିତ ବ୍ରାହ୍ମଣପଡା ଗାଁରେ ଥରକରେ 33 ଜଣଙ୍କୁ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଗାଁରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ବ୍ରାହ୍ମଣପଡା ଗାଁରେ ଥରକରେ 33 ଜଣଙ୍କୁ କୋଭିଡ ପୋଜିଟିଭି ଚିହ୍ନଟ

ନୂଆପଡା : ଜିଲ୍ଲାର ସିନାପାଲି ବ୍ଲକ ଗୋଡାଲ ଗ୍ରାମପଞ୍ଚାୟତସ୍ଥିତ ବ୍ରାହ୍ମଣପଡା ଗାଁରେ ମହାମାରୀ କୋଭିଡ 19ର କରାଳ ରୂପ ଦେଖା ଦେଇଛି । ଥରକରେ ଗାଁରେ 33 ଜଣଙ୍କୁ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଗାଁରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ସିନାପାଲି ବ୍ଲକ ବିଡ଼ିଓ ସଦାଶିବ ନାଏକ ଗାଁକୁ ଯାଇ ନିକଟରୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସେହିଭଳି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭ୍ରାମ୍ୟମାଣ ଡାକ୍ତରୀ ଦଳ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କ ସ୍ୱାବ ସଂଗ୍ରହ କରୁଥିବା ଦେଖା ଦେଇଛି । ସିନାପାଲି ଦମକଳ ବାହୀନି ତତ୍ପରତା ପ୍ରକାଶ କରି ଗାଁ ଦାଣ୍ଡ ଗଳି ରାସ୍ତାକୁ ସାନିଟାଇଜ କରିଛନ୍ତି । ଅଙ୍ଗନବାଡି କର୍ମୀ, ଆଶାଦିଦି ଏବଂ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ସମୂହ ଲୋକଙ୍କୁ ସଚେତନ କରୁଛନ୍ତି । ଅପରପକ୍ଷେ ପଡୋଶୀ ଛତିଶଗଡ଼ ରାଜ୍ୟ ଲୋକଙ୍କ ସହ ମିଳାମିଶା କରିବା ଦ୍ବାରା ଏଭଳି ଅବସ୍ଥା ଦେଖା ଦେଇଥିବା ସନ୍ଦେହ କରାଯାଉଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.