ETV Bharat / state

କେମିତି ବଞ୍ଚିବେ ବିଲୁପ୍ତ ଘରଚଟିଆ ? ଅଣ୍ଟା ଭିଡିଲେ ଯୁବ ଇଞ୍ଜିନିୟର - ବିଲୁପ୍ତ ଘରଚଟିଆ

ବିଲୁପ୍ତପ୍ରାୟ ଘରଚଟିଆ କେବଳ ପ୍ରକୃତିର ମିତ୍ର ନୁହେଁ ସେ ଚାଷୀର ପରମବନ୍ଧୁ । ଆଉ ସେହି ସାଥୀର ଘରକୁ ସଜାଡି ପ୍ରଦୂଷଣ ଓ ଅସନ୍ତୁଳିତ ପରିବେଶକୁ ସୁରକ୍ଷିତ କରୁଛନ୍ତି ଯୁବ ଇଞ୍ଜିନିୟର ଆଦିତ୍ୟ ଦାସ । ପଢନ୍ତୁ ସେହି ପ୍ରକୃତି ବନ୍ଧୁଙ୍କ ବିଷୟରେ...

ଘରଚଟିଆଙ୍କ ବିଶ୍ବକର୍ମା ଆଦିତ୍ୟ
author img

By

Published : Nov 23, 2019, 9:53 PM IST

Updated : Nov 23, 2019, 10:30 PM IST

ନୟାଗଡ: ପ୍ରକୃତି ସୁରକ୍ଷିତ ରହିଲେ, ସୁରକ୍ଷିତ ରହିବେ ସଭିଏଁ । ଏଇ କଥାକୁ ଭଲ ଭାବରେ ବୁଝିଛନ୍ତି ଯୁବ ଇଞ୍ଜିନିୟର ଆଦିତ୍ୟ ଦାସ । ପେସାରେ ଇଂଜିନିୟର, କିନ୍ତୁ ନିଶା ପ୍ରକୃତି ସୁରକ୍ଷା । ଏଥିପାଇଁ ସେ ପ୍ରତି ଜୀବଜନ୍ତୁଙ୍କ ସୁରକ୍ଷା କରୁଛନ୍ତି । ଏହି ନିଶା ଆଜି ତାଙ୍କୁ ପ୍ରକୃତି ବନ୍ଧୁ ରୂପେ ପରିଚିତ କରିପାରିଛି ।

କେମିତି ବଞ୍ଚିବେ ବିଲୁପ୍ତ ଘରଚଟିଆ ? ଅଣ୍ଟା ଭିଡିଲେ ଯୁବ ଇଞ୍ଜିନିୟର

ସବୁଦିନ ସକାଳ ହେଉ ହେଉ ଆଦିତ୍ୟ ହାତରେ ଖୁଦ ଧରି ବାହାରି ପଡନ୍ତି । ବିଭିନ୍ନ ପକ୍ଷୀଙ୍କୁ ଖାଇବାକୁ ଦେଇ ସେମାନଙ୍କ ସୁରକ୍ଷା ପାଇଁ ଲାଗିପଡିଥାନ୍ତି । କିପରି ସେମାନେ ରହିବେ ସେଥିପାଇଁ ମାଟିରେ ହେଉ କି କାଠ ପେଟି, ନିଜସ୍ବ ଜ୍ଞାନ କୌଶଳ ଲଗାଇ ସେ ପକ୍ଷୀ ବସା ତିଆରି କରିଥାନ୍ତି । ଏଥିପାଇଁ ତାଙ୍କ ସହଧାର୍ମିଣୀ ମଧ୍ୟ ବହୁ ସାହାଯ୍ୟ କରନ୍ତି ।
ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ଛାତ ଘର ଓ ତାଜା କିମ୍ବା ଗଛରେ ଘରଚଟିଆ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଜେ ପରିଶ୍ରମ କରି ବସା ବନାନ୍ତି ।

ନୟାଗଡ଼ ସେସୁ ଅଫିସରେ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କାମ କରନ୍ତି । ଅବସର ସମୟ ପାଇଲେ ଏଇ ସବୁ କାମ କରିଥାନ୍ତି । ଏବେ ତାଙ୍କ କାର୍ଯ୍ୟ ଦେଖି ଅଫିସର ଅନ୍ୟ ସହକର୍ମୀ ମଧ୍ୟ ତାଙ୍କ ସହ ମିଶି ଘରଚାଟିଆ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ।

ମୁକ୍ତାପୁର, ଶିଖରପୁର, ଗୋଡିପଡା, ସରଣକୁଳ, ପଞ୍ଚିରିଡ ପ୍ରଭୁତି ସ୍ଥାନରେ ଘର ଚାଟିଆ ପକ୍ଷୀଙ୍କ ସୁରକ୍ଷା ପାଇଁ କାମ କରୁଛନ୍ତି । ଆଗରୁ ଗାଁ ଦାଣ୍ଡ ମାଟି ଥିଲା, ଚାଳ ଘର ଥିଲା । ତେଣୁ ଘର ଚାଟିଆଙ୍କୁ ରହିବାପାଇଁ ସୁବିଧା ହେଉଥିଲା । ଏବେ କିନ୍ତୁ ସମୟ ବଦଳି ଯାଇଛି । ଗାଁ ଦାଣ୍ଡ, ସବୁଠି ସିମେଣ୍ଟ ହୋଇଗଲାଣି । ସେହିଭଳି ଚାଳ ଘର ସ୍ଥାନରେ ଛାତ ଘର ହୋଇଗଲାଣି । ମୋବାଇଲ ଫୋନର ବହୁଳ ବ୍ୟବହାର ଯୋଗୁଁ ବିକିରଣ ପ୍ରଭାବରେ ଘରଚଟିଆଙ୍କ ବଂଶ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି ।

ବିଶ୍ବାସ ରହିଛି, ବାଲିରେ ଘରଚଟିଆ ପକ୍ଷୀ ଗଡ଼ିଲେ ବର୍ଷା ହେବ । ସେହିପରି କୃଷକର ବନ୍ଧୁ ମଧ୍ୟ ଘରଚଟିଆ ପକ୍ଷୀ । ଫସଲରେ ଉଡା ପୋକ ଲାଗିଲେ, ଘରଚଟିଆ ସେମାନଙ୍କୁ ଖାଇ ସେ ସବୁକୁ ସୁରକ୍ଷା ଦେଉଥିଲେ । ହେଲେ ଏବେ ଅତ୍ୟଧିକ ସାର, ଔଷଧର ବ୍ୟବହାର ଯୋଗୁଁ ଏହି ପକ୍ଷୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ଖାଲି ଘରଚଟିଆ ପକ୍ଷୀ ନୁହେଁ, ଅନ୍ୟ ପକ୍ଷୀ ବି ଆଜିର ଆଧୁନିକତାର ଛାପ ଭିତରେ ଯେପରି ହଜିଗଲେଣି ।

ଏବେକାର ପ୍ରଦୂଷଣ ଓ ଅସନ୍ତୁଳିତ ପରିବେଶ ପାଇଁ ଆଦିତ୍ୟଙ୍କ ଏଭଳି ପଦକ୍ଷେପ ବାସ୍ତବରେ ପ୍ରଂଶସନୀୟ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Nov 23, 2019, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.