ETV Bharat / state

ଧାର ଟଙ୍କା ମାଗିବାରୁ ଭୁଜାଲିରେ ହାଣି ହତ୍ୟା

ନୟାଗଡ଼ରେ ଜଣେ ଯୁବକ ଧାର ଟଙ୍କା ମାଗିବାରୁ ତାଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଧାର ଟଙ୍କା ମାଗିବାରୁ ଭୁଜାଲିରେ ହାଣି ହତ୍ୟା
ଧାର ଟଙ୍କା ମାଗିବାରୁ ଭୁଜାଲିରେ ହାଣି ହତ୍ୟା
author img

By

Published : Mar 27, 2021, 12:08 PM IST

ନୟାଗଡ଼: ଧାର ଟଙ୍କା ମାଗିବାରୁ ଭୁଜାଲିରେ ହାଣି ଯୁବକଙ୍କୁ ହତ୍ୟା କରାଯାଇଛି । ଜିଲ୍ଲାର ଇଟାମାଟି ଥାନା ଗଦାଧରପ୍ରସାଦ ଗ୍ରାମରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଭଉଣୀ ବାହାଘର ପାଇଁ ଗୋବିନ୍ଦପୁର ଗ୍ରାମର ଲକ୍ଷ୍ମୀଧର ରାଉତ ଗଦାଧରପ୍ରସାଦ ଗ୍ରାମର ରମେଶ ମୁଦୁଲିଙ୍କଠାରୁ 20 ହଜାର ଟଙ୍କା ଧାର ନେଇଥିଲେ । ରମେଶ ଧାର ଟଙ୍କା ବାରମ୍ବାର ମାଗି ଆସୁଥିଲେ ମଧ୍ୟ ଲକ୍ଷ୍ମୀଧର ଟଙ୍କା ଫେରାଉନଥିଲେ । ତେବେ ଗତ ଶୁକ୍ରବାର ରାତି 10ଟା ସମୟରେ ରମେଶ ଟଙ୍କା ମାଗିବାରୁ 2 ଜଣଙ୍କ ମଧ୍ୟରେ ବଚସା ଏବଂ ହାତାହାତି ହୋଇଥିଲା । ଏଥିରେ ଅତ୍ୟଧିକ ରାଗିଯାଇ ଲକ୍ଷ୍ମୀଧର ଏକ ଭୁଜାଲିରେ ରମେଶଙ୍କୁ ଆକ୍ରମଣ କରିଥିଲେ ।

ଧାର ଟଙ୍କା ମାଗିବାରୁ ଭୁଜାଲିରେ ହାଣି ହତ୍ୟା

ଫଳରେ ଛାତିରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ସଂଗେ ସଂଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଲକ୍ଷ୍ମୀଧର ଫେରାର ଥିବା ଜଣାପଡିଛି । ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ଚେଷ୍ଟା କରୁଥିବା ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.