ETV Bharat / state

ଡିଏଫ୍ଓଙ୍କ ଚଢ଼ାଉ, ୪ ଲକ୍ଷ ମୂଲ୍ୟର କାଠ ଜବତ - କାଠ ଜବତ

ନୟାଗଡରେ ଡିଏଫ୍ଓଙ୍କ ଚଢ଼ାଉ । ୪ ଲକ୍ଷ ମୂଲ୍ୟର କାଠ ଜବତ । ଅଧିକ ପଢନ୍ତୁ...

wood seized in nayagarh
ଡିଏଫ୍ଓଙ୍କ ଚଢ଼ାଉ, ୪ ଲକ୍ଷ ମୁଲ୍ୟର କାଠ ଜବତ
author img

By

Published : Jan 25, 2021, 9:47 PM IST

ନୟାଗଡ: ବିପୁଳ ପରିମାଣର କାଠ ଜବତ କଲା ବନ ବିଭାଗ । ଜବତ ହୋଇଥିବା କାଠର ମୂଲ୍ୟ 4 ଲକ୍ଷରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ବଡ଼ବାଣପୁର ଓ ଖଳିସାହି ପଞ୍ଚାୟତ ପୁଆଣିଆଁ ଗାଁରେ ଚୋରା କାଠ ରଖି ପର୍ଣ୍ଣିଚର ନିର୍ମାଣ କରାଯାଉଥିବା ନେଇ ବନଖଣ୍ଡ ଅଧିକାରୀଙ୍କୁ ସୂଚନା ରହିଥିଲା ।

ପ୍ରଥମେ ବଡ଼ବାଣପୁରରେ ଚଢ଼ାଉ କରାଯାଇଥିଲା । ସେହି ଗାଁର ମାୟା ପ୍ରଧାନ, ଦୋଳିଆ ଦାସ, ମୁନା ମନ୍ତ୍ରୀଙ୍କ ଘରୁ ବିପୁଳ ପରିମାଣର ଶାଗୁଆନ ଲଗ, ସାଇଜ କାଠ ଓ ପଟା ଜବତ କରିଥିଲେ । ପରେ ଖଳିସାହି ପଞ୍ଚାୟତ ପୁଆଣିଆ ଗାଁର ନବ ମହାପାତ୍ର ଓ ଅନ୍ୟ ଦୁଇ ଜଣଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା । ସେଠାରୁ ବିପୁଳ ପରିମାଣର କାଠ ଜବତ କରାଯାଇଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି । ବେଆଇନ କାଠ କାରବାର ନେଇ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.