ନୟାଗଡ଼: ନୟାଗଡ଼ ବ୍ଲକ ଜେମାଦେଇପୁର ପାଟଣା ପଞ୍ଚାୟତ ଜଗତିପାଟଣାରେ ଥିବା ମଦ ଦୋକାନକୁ ମହିଳାଙ୍କ ବିରୋଧ । ଏହି ମଦ ଦୋକାନରୁ ମଦ୍ୟପାନ କରି ମଦ୍ୟପମାନେ ସେହି ଗ୍ରାମର ମହିଳାମାନଙ୍କୁ ଅସଦାଚରଣ କରୁଥିବାରୁ ଗ୍ରାମର ସମସ୍ତ ମହିଳା ଏକଜୁଟ ହୋଇ ମଦ ଦୋକାନକୁ ବିରୋଧ କରିଥିଲେ ।
ତେବେ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଦାବି କରି ମଦ ଦୋକାନ ସମ୍ମୁଖରେ ହୋହାଲ୍ଲା କରିଥିଲେ । ମଦଦୋକାନ କର୍ମଚାରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ