ETV Bharat / state

ପାଣି ପାଇଁ ରାସ୍ତାରୋକ: ଗରା, ହାଣ୍ଡି ରଖି ମହିଳାଙ୍କ ପ୍ରତିବାଦ - water scarecity

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଳସାହି ବାସିନ୍ଦାମାନେ ପାଣି ପାଇଁ ଭଞ୍ଜନଗର–ଭୁବନେଶ୍ୱର ରାଜପଥରେ ଗରା, ହାଣ୍ଡି ,ବାଲ୍ଟି ରଖି ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ଅଧିକ ପଢନ୍ତୁ...

ପାଣି ପାଇଁ ରାସ୍ତାରୋକ କଲେ ସାହି ବାସିନ୍ଦା
ପାଣି ପାଇଁ ରାସ୍ତାରୋକ କଲେ ସାହି ବାସିନ୍ଦା
author img

By

Published : Apr 3, 2021, 1:09 PM IST

ନୟାଗଡ଼: ପାଣି ପାଇଁ ରାସ୍ତାରୋକ କଲେ ସାହି ବାସିନ୍ଦା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଳସାହି ବାସିନ୍ଦାମାନେ ପାଣି ପାଇଁ ଏଭଳି ଭାବେ ପ୍ରତିବାଦ କରିଛନ୍ତି l ଭଞ୍ଜନଗର–ଭୁବନେଶ୍ୱର ରାଜପଥରେ ଗରା, ହାଣ୍ଡି ,ବାଲ୍ଟି ରଖି ମହିଳାମାନେ ରାସ୍ତା ଅବରୋଧ କରିଥିଲେ।

ପାନୀୟଜଳ ସୁବିଧା ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାସ୍ତାକୁ ଓଲ୍ଲାଇଥିଲେ ସାହି ବାସିନ୍ଦା l ତଳସାହି ସମୁଦାୟ ୫୦ରୂ ଊର୍ଦ୍ଧ୍ବ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି। କିନ୍ତୁ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ନଳକୂପଟି ଅଚଳ ହୋଇପଡିଥିଲେ ସୁଦ୍ଧା ଗ୍ରାମବାସୀମାନେ ବହୁବାର ଏ ସଂକ୍ରାନ୍ତରେ ସରପଞ୍ଚକୁ ଅଭିଯୋଗ କରିଥିଲେ l କୌଣସି ସୁଫଳ ମିଳିନଥିଲା ।

ଯାହା ଫଳରେ ଖରାଦିନ ହେଉଥିବାରୁ ପାନୀୟ ଜଳ ପାଇବା ଦାବିରେ ଆଜି ରାସ୍ତା ଅବରୋଧ କରିବାକୁ ବାଧ୍ୟ ହୋଇଥିଲେ। ରାସ୍ତାରୋକ ହେବା ଫଳରେ ଗାଡି ଯାତାୟାତ ଠପ ହେବା ସହ ଜୀବନଜୀବିକା ପ୍ରଭାବିତ ହେଇଥିଲା ।ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧରୁ ହଟିଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.