ETV Bharat / state

କୃଷି ଆଇନ ପ୍ରତ୍ୟାହାର ପରେ ବିଜୟ ଦିବସ ପାଳିତ

author img

By

Published : Nov 27, 2021, 10:00 PM IST

କେନ୍ଦ୍ର ମୋଦି ସରକାରର କୃଷି କୃଷକ ସର୍ଵ ନାଶକାରୀ ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ଚାଷୀ ଆନ୍ଦୋଳନ ଓ ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ବାତିଲ ଦାବିରେ ଅନୁଷ୍ଠିତ ଶ୍ରମିକ ଧର୍ମଘଟର ଏକ ବର୍ଷ ପୂର୍ତ୍ତି ପୁରିଛି । ଅଧିକ ପଢନ୍ତୁ

Vijay diwas celebrated for the reaple of three farmers law in nayagargh
Farmers law reaple; କୃଷକ ଆଇନ ପ୍ରତ୍ୟାହାର ପରେ ବିଜୟ ଦିବସ ପାଳିତ

ନୟାଗଡ: କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ ତିନି କଳା କୃଷି ଆଇନ ପ୍ରତ୍ୟାହାର କରିଛନ୍ତି । ଏହାକୁ ପ୍ରତ୍ୟାହାର ଦାବିର ଗତବର୍ଷ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଓ ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ବାତିଲ ଦାବିରେ ଅନୁଷ୍ଠିତ ଶ୍ରମିକ ଧର୍ମଘଟର ଏକ ବର୍ଷ ପୁରିଛି । ନୟାଗଡ ଜିଲ୍ଲା ରଣପୁର ପଞ୍ଚୁଦୋଳ ପଡିଆ ସହୀଦ ମଣ୍ଡପଠାରେ ଶ୍ରମିକ କୃଷକଙ୍କ ଏକ ମିଳିତ ପ୍ରତିବାଦସଭା ସାଥୀ ସୁରେଶ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ମୋଦି ସରକାରର ଚାଷୀ -ଶ୍ରମିକ ବିରୋଧୀ ନୀତିକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ। ଆନ୍ଦୋଳନ କେବେବି ବିଫଳ ଯାଏନାହିଁ ବୋଲି ବକ୍ତାମାନେ କହିବା ସହ ୭୦୦ ଚାଷୀଙ୍କ ମୃତ୍ୟୁ ପାଇଁ ମୋଦି ସରକାରଙ୍କୁ ଦାୟୀ କରିଥିଲେ। କେତେକ ରାଜ୍ୟରେ ଉପନିର୍ବାଚନରେ ପରାଜୟ ବରଣ କରିଥିବା ବିଜେପି ସରକାର ଉତ୍ତରପ୍ରଦେଶ ଖେରିରେ ଗାଡି ମଡାଇ ଚାଷୀ ହତ୍ୟା କରି ଉତ୍ତରପ୍ରଦେଶ ନିର୍ବାଚନରେ ପରାଜୟ ଭୟରେ ମୋଦି ତରବରିଆ ଭାବେ କୃଷି ଆଇନ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି।

ମୋଦି ସଂସଦରେ ଆନୁଷ୍ଠାନିକ ମତରେ ପ୍ରତ୍ୟାହାର କରିବା, ୨୦୨୦ ବିଦ୍ୟୁତ ଆଇନ ପ୍ରତ୍ୟାହାର, ଏମଏସପି ଲାଗୁ କରିବା, ଚାରୋଟି ଶ୍ରମ କୋଡ଼ ବାତିଲ କରିବା, ପ୍ରତି ମୃତକ ଚାଷୀ ପରିବାରକୁ ଏକ କୋଟି ଟଙ୍କା ଲେଖାଁଏ ସହାୟତା ଯୋଗାଇ ଦେବାକୁ ବକ୍ତା ଦାବି କରିଥିଲେ। ଦାବିପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏଥିପାଇଁ ଚାଷୀ ଓ ଶ୍ରମିକ ଭାଇମାନେ ସମସ୍ତ ସହଯୋଗ କରିବାକୁ ସଙ୍ଗଠନ ତରଫରୁ ଆହ୍ବାନ ଦିଆଯାଇଥିଲା ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.