ETV Bharat / state

ଦାବି ପୂରଣ ପାଇଁ ରାସ୍ତାରେ ଶିକ୍ଷକ ସଂଘ - ଦାବି ପୂରଣ ନହେଲେ ଦେଲେ ଆନ୍ଦୋଳନ ଚେତାବନୀ

ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇଲେ ଶିକ୍ଷକ ଶିକ୍ଷୟିତ୍ରୀ । ଦାବି ପୂରଣ ନହେଲେ ଦେଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢ଼ନ୍ତୁ

ଦାବିପୂରଣ ପାଇଁ ରାସ୍ତାରେ ଶିକ୍ଷକ ସଂଘ
ଦାବିପୂରଣ ପାଇଁ ରାସ୍ତାରେ ଶିକ୍ଷକ ସଂଘ
author img

By

Published : Nov 20, 2022, 9:57 AM IST

ନୟାଗଡ଼: ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇଲେ ଶିକ୍ଷକ ଶିକ୍ଷୟିତ୍ରୀ । ଦାବି ପୂରଣ ନହେଲେ ଦେଲେ ଆନ୍ଦୋଳନ ଚେତାବନୀ । ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ସମସ୍ତ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଏକ ପ୍ରତିବାଦ ଶୋଭାଯାତ୍ରା ରଣପୁର ୟୁକୋ ବ୍ୟାଙ୍କ ଛକ ଠାରୁ ବାହାରି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।

ଦାବିପୂରଣ ପାଇଁ ରାସ୍ତାରେ ଶିକ୍ଷକ ସଂଘ

ଏହି ଶୋଭାଯାତ୍ରାରେ ୩ ଦଫା ବିଶିଷ୍ଟ ଦାବି ରହିଥିଲା । କେନ୍ଦ୍ରୀୟ ବେତନ ହାରରେ ଦରମା ପ୍ରଦାନ, ୬ ବର୍ଷର ଚୁକ୍ତିଭିତ୍ତିକ କାର୍ଯ୍ୟକାଳ ଚାକିରିରେ ଗଣନା ସହ ୬ଟି ଦରମା ପ୍ରଦାନ ଓ ପୁରୁଣା ପେନସନ ଯୋଜନା ଲାଗୁ କରିବା । ଏହି ଦାବି ସମ୍ବଳିତ ପତ୍ର ଗୁଡିକୁ ରଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, 5-ଟି ସଚିବ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଶାସନ ସଚିବ, ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

ଏହି ଶୋଭାଯାତ୍ରାରେ ବ୍ଲକର ନୂତନ ପେନସନ ଯୋଜନା ଭୁକ୍ତ 367 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଶୋଭାଯାତ୍ରା ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ପବିତ୍ର ମୋହନ ସାମନ୍ତରାୟ, ପ୍ରଭାତ ଦଳବେହେରାଙ୍କ ସହ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.