ନୟାଗଡ଼: ଟାୱାରରୁ ଚୋରୀ କରିବା ମହଙ୍ଗା ପଡ଼ିଲା। 2 ଚୋରଙ୍କୁ ଧରି ନିସ୍ତୁକ ମାଡ଼ ଦେଲେ ଗ୍ରାମବାସୀ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ନୂଆ ଗଡ଼ିଆ ଫାଣ୍ଡି ଅନ୍ତର୍ଗତ ଭଅଁରପଲ୍ଲୀ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗତକାଲି (ରବିବାର) ବିଳମ୍ବିତ ରାତିରେ 2 ଜଣ ଚୋର ଭଅଁରପଲ୍ଲୀ ଗାଁ ମୁଣ୍ଡ ରେ ଥିବା ଏକ ମୋବାଇଲ ଫୋନ ଟାୱାରରୁ ଚୋରି କରୁଥିଲେ।
ଏହି ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ ଚୋର ଦ୍ବୟ । ତେବେ ଗାଁ ଲୋକମାନେ ଚୋର ଦୁଇ ଜଣକୁ ବାନ୍ଧି ପ୍ରଥମେ ନିସ୍ତୁକ ପିଟିଥିଲେ। ଏହାପରେ ଗାଁ ଲୋକେ ଖଣ୍ଡପଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ଉଭୟ ଚୋରଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
ପୂର୍ବରୁ ଗାଁରେ ବାରମ୍ବାର ଚୋରୀ ହୋଇ ଆସୁଥିଲା। ତେବେ ଗତକାଲି (ରବିବାର) ଚୋର ଧରା ପଡ଼ିବା ପରେ ଗାଁ ଲୋକେ ନିଜ କ୍ରୋଧ ସମ୍ବରଣ କରି ପାରିନଥିଲେ। ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ