ETV Bharat / state

ବିପଦକୁ ଡାକୁଛି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ! ଚିନ୍ତାରେ ଲୋକେ

ରାସ୍ତା କଡରେ ଗୋଟିଏ ଟ୍ରାନ୍ସଫର୍ମର ବସେଇ ନିଜର କାମ ସାରିଦେଇଛି ବିଦ୍ୟୁତ ବିଭାଗ । ଯାହା ବିପଦ ଶଙ୍କୁଳ ଅବସ୍ଥାରେ ବାହାରେ ଥିବାରୁ ବିପଦ ଆଶଙ୍କା କରୁଛନ୍ତି ଲୋକେ । ଅଧିକ ପଢନ୍ତୁ...

ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମ, ଦୁର୍ଘଟଣା ଆଶଙ୍କାରେ ଗ୍ରାମବାସୀ

author img

By

Published : Dec 2, 2020, 11:23 AM IST

Updated : Dec 2, 2020, 11:30 AM IST

ନୟାଗଡ: ଜିଲ୍ଲାର ରାଜସୁନାଖଳା ଗାଁ ମୁଣ୍ଡରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମ ମୁକୁଳା ଅବସ୍ଥାରେ ରହିଛି l ଫଳରେ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଛି l ଏହାର ଉଭୟ ପାର୍ଶ୍ବରେ 2ଟି ରାସ୍ତା ଅତିକ୍ରାନ୍ତ କରିଛି l ଏହି ରାସ୍ତାରେ ଦୈନିକ ଜନ ଗହଳି ଲାଗିରହିଥାଏ l କିନ୍ତୁ ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମଟି ଥିବାରୁ ଏନେଇ ଅନେକ ବିପଦର ଆଶଙ୍କା କରୁଛନ୍ତି ଗ୍ରାମବାସୀ ।

ବିପଦକୁ ଡାକୁଛି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ! ଚିନ୍ତାରେ ଲୋକେ

ଟ୍ରାନ୍ସଫର୍ମଟି ଦୀର୍ଘ ଦିନ ହେବ ସ୍ଥାପିତ ହୋଇଛି l ବିଦ୍ୟୁତ ବିଭାଗ ତରଫରୁ ତାର ବାଡ କିମ୍ବା ପ୍ରାଚୀର କରାଯାଉନଥିବାରୁ ଟ୍ରାନ୍ସଫର୍ମଟି ମୁକୁଳା ପଡ଼ିଛି l ରାସ୍ତାକୁ ଲାଗିଥିବାରୁ ଦୁର୍ଘଟଣା ଆଶଙ୍କା ଥିବା ଲୋକେ କହିଛନ୍ତି l ଟ୍ରାନ୍ସଫର୍ମଟିକୁ ସ୍ଥାନାନ୍ତର କରିବାକୁ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅବଗତ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ଗ୍ରାମବାସୀ l ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 2, 2020, 11:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.