ETV Bharat / state

ସାଇକେଲ ଶୋଭାଯାତ୍ରାରେ ଟ୍ରାଫିକ ସଚେତନତା - cycle rally in nayagarh

ନୟାଗଡ ଜିଲ୍ଲାରେ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ଉପରେ ସଚେତନ କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ସାଇକେଲ ଶୋଭାଯାତ୍ରାରେ ଟ୍ରାଫିକ ସଚେତନତା
ସାଇକେଲ ଶୋଭାଯାତ୍ରାରେ ଟ୍ରାଫିକ ସଚେତନତା
author img

By

Published : Jan 26, 2021, 7:32 AM IST

ନୟାଗଡ: ସଡକ ସୁରକ୍ଷା ଜୀବନ ରକ୍ଷା । ଏନେଇ ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ରାଜ୍ୟରେ ପାଳନ ହେଉଛି ଜାତୀୟ ସଡକ ସୁରକ୍ଷା ମାସ । ଏହି ଅବସରରେ ନୟାଗଡ ଜିଲ୍ଲାରେ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ଉପରେ ସଚେତନ କରିଛନ୍ତି ଛାତ୍ରଛାତ୍ରୀ ।

ସାଇକେଲ ଶୋଭାଯାତ୍ରାରେ ଟ୍ରାଫିକ ସଚେତନତା

ନୟାଗଡ଼ ନୂଆ ବସଷ୍ଟାଣ୍ଡଠାରୁ କଲେଜ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ହୋଇଛି । ନୟାଗଡ ବସଷ୍ଟାଣ୍ଡଠାରେ ଶୋଭାଯତ୍ରାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଡ ପୋମା ଟୁଡୁ । ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦ୍ୟେଶ ହେଲା ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ସୃଷ୍ଟି କରିବା । ଏହି ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସାଇକେଲରେ ବୁଲି ଲୋକଙ୍କୁ ଟ୍ରାଫିକ ଉପରେ ସଚେତନତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶୋଭାଯାତ୍ରା ପରେ ଏକ ସଭା କରାଯାଇ ପ୍ରତିଯୋଗିତାରେ କୃତ୍ତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.