ETV Bharat / state

ଅମ୍ରିତ ଅପହରଣ ଘଟଣା, 3 ଗିରଫ

author img

By

Published : Dec 21, 2022, 8:49 AM IST

ଅମ୍ରିତ ଅପହରଣ ଘଟଣାରେ ପୋଲିସକୁ ସଫଳତା । ଗତକାଲି ୩ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିବ । ଅଧିକ ପଢନ୍ତୁ

Amrit abduction
Amrit abduction
Amrit abduction

ନୟାଗଡ: ଅମ୍ରିତ ଅପହରଣ ଘଟଣାରେ ୩ ଜଣଙ୍କ ଗିରଫ କରିଲା ପୋଲିସ । ଗିରଫ ୩ଜଣ ଅଭିଯୁକ୍ତ ହେଲେ କୁରାଳ ଗ୍ରାମର ସ୍ବପ୍ନ ପଣ୍ଡା, ଭକ୍ତ ଦର୍ଶନ ପଣ୍ଡା ଓ ଅନ୍ୟ ଜଣେ ହେଲେ ସୁନୀଲ ପାଣିଗ୍ରାହୀ l ଅମ୍ରିତଙ୍କୁ ଏହି ୩ ଜଣ ଅପହରଣ କରିଥିବା ସୂଚନା ଦେଇଛି ପୋଲିସ ।

ସୂଚନାଅନୁସାରେ, ସ୍ବପ୍ନ ଏବଂ ଭକ୍ତ ମିଶି ଅମ୍ରିତଙ୍କୁ ଅପହରଣ କରିବା ପାଇଁ ପ୍ଲାନ ରଚିଥିବା ବେଳେ ସୁନୀଲ ତାଙ୍କୁ ସହଯୋଗ କରିଥିଲେ । ଏହି ୩ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିବ । ଏହାସହ ଅମ୍ରିତକୁ ଅପହରଣ ବେଳେ ବ୍ୟବହୃତ ଗାଡି ଜବତ କରିଛି ପୋଲିସ l

ଅପହରଣ ବେଳେ ବ୍ୟବହୃତ ଅନ୍ୟ ସମସ୍ତ ଜିନିଷ ଓ ମାରଣାସ୍ତ୍ର ଜବତ ହୋଇଛି । ସେପଟେ, ଅମ୍ରିତଙ୍କୁ ଅପହରଣ କରି ପଇସା ଆଦାୟ ପାଇଁ ଯୋଜନା କରିଥିଲେ ୩ ଅଭିଯୁକ୍ତ l ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅମ୍ରିତ ଅପହରଣ ଘଟଣାର ଫର୍ଦ୍ଦାଫାସ କରାଯିବ ବୋଲି ସୂଚନା ଦେଇଛନ୍ତି ନୟାଗଡ଼ ଏସ୍ପି ଅଲେଖ ଚନ୍ଦ୍ର ପହି ।

ଏହା ମଧ୍ୟ ପଢନ୍ତୁ: କଡା ସୁରକ୍ଷା ଭିତରେ କିପରି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? ମୁଣ୍ଡ ଟେକିଲା ଅନେକ ପ୍ରଶ୍ନ

ତେବେ ଖବରଅନୁସାରେ, ଅମ୍ରିତଙ୍କ ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଜଣେ ବଡ ବ୍ୟବସାୟୀ ଅଟନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ଠାରୁ କେଉଁଭଳି ଉପାୟରେ ପଇସା ଆଦାୟ କରିହେବ ସେ ନେଇ ଷଡଯନ୍ତ୍ର ରଚିଥିଲେ ଏହି ୩ ଅପରାଧି । ଶେଷରେ ଅମ୍ରିତଙ୍କୁ ଅପହରଣ କରି ଟଙ୍କା ଦାବି କରିବେ ବୋଲି ଦୁଇ ଅପରାଧି ନିଷ୍ପତ୍ତି ନେଇଥିଲେ । ଯୋଜନାଅନୁସାରେ, ଗତ ୧୫ ତାରିଖ ସନ୍ଧ୍ୟାରେ ଅମ୍ରିତ ଟ୍ୟୁସନରୁ ଫେରୁଥିବା ବେଳେ ତାଙ୍କ ଘର ଠାରୁ କିଛି ଦୂରରେ ଅମ୍ରିତଙ୍କୁ ଉଠାଇ ନେଇଥିଲେ ଏହି ୩ ଅଭିଯୁକ୍ତ । ଅମ୍ରିତଙ୍କ ଆଖିରେ ପଟି ବାନ୍ଧି ତାଙ୍କୁ ଏକ ନିବୁଜ କୋଠରୀରେ ରଖିଥିଲେ । ଅମ୍ରିତଙ୍କୁ ଘରେ ଭିତରେ ରଖି ଭୟଭୀତ କରୁଥିଲେ ।

ଅନ୍ୟପଟେ ଅମ୍ରିତଙ୍କ ନିଖୋଜ ଘଟଣା ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା । ପୋଲିସ ଘଟଣାର ଖୁଲାସା କରିବା ପାଇଁ ବିଭିନ୍ନ ସ୍ଥାନରେ ଡେରା ପକାଇବା ସହ ସାଧା ପୋଷାକରେ ଯାଇ ଛାନଭିନ କରୁଥିଲା । ତେବେ ରବିବାର ବିଳମ୍ବିତ ରାତିରେ ଅମ୍ରିତକୁ ସୁରକ୍ଷିତ ଭାବେ କେହି ଗାଁ ଦାଣ୍ଡରେ ଆଣି ଛାଡ଼ି ଦେଇଥିଲା l ଅମ୍ରିତଙ୍କୁ ଉଦ୍ଧାର ପରେ ଗାଁ ଓ ପରିବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା l ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଅପହରଣ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଅମ୍ରିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥାନୀୟ ମେଡିକାଲକୁ ନେଇଥିଲା ପୋଲିସ । ବହୁ ତନାଘନା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଆଜି ଏମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.