ନୟାଗଡ଼: ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁର ଶୈଳବାଳା ଲେଙ୍କା ନାମକ ଜଣେ ମହିଳାଙ୍କ ମୃତଦେହ କୂଅରୁ ଉଦ୍ଧାର ହୋଇଛି । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ ମୃତ ଶୈଳବାଳା କୃଷ୍ଣପ୍ରସାଦ ଗାଁର ସୁମନ୍ତ ମହାନ୍ତିଙ୍କୁ ସୁଧରେ 6 ଲକ୍ଷ ଟଙ୍କା ଦେଇଥିଲେ। ଶୈଳବାଳା ବାରମ୍ବାର ଟଙ୍କା ଫେରସ୍ତ ପାଇଁ କହୁଥିବା ବେଳେ ସୁମନ୍ତ ଟଙ୍କା ଫେରାଇ ନଥିଲେ। ତେବେ ଗତକାଲି ଠାରୁ ଶୈଳବାଳା ସୁମନ୍ତଙ୍କ ଘରକୁ ଟଙ୍କା ମାଗିବାକୁ ଯାଇ ଆଉ ଫେରିନଥିଲେ।
ବହୁ ଖୋଜାଖୋଜି ପରେ ଶୈଳବାଳାଙ୍କ ମୃତଦେହ ସୁମନ୍ତ ମହାନ୍ତିଙ୍କ ବାରିପଟ କୁଅରୁ ଉଦ୍ଦାର ହୋଇଛି। ଏନେଇ ଶୈଳବାଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ସ୍ବାମୀ ଆଣିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ