ETV Bharat / state

ଶିମିଳିଝରକୁ ଇକୋ ଟୁରିଜିମ ପାଇଁ ପ୍ରସ୍ତାବ ଦେଲେ ରଣପୁର ବିଧାୟକ

ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ୯ମ ସାଧାରଣ ଅଧିବେଶନ ଆୟୋଜିତ । ରଣପୁର ବ୍ଲକ ଅନ୍ତର୍ଗତ ଶିମିଳିଝରକୁ ବନ ବିଭାଗ ଦ୍ବାରା ରାସ୍ତା ନିର୍ମାଣ କରିବା ସହିତ ଇକୋ ଟୁରିଜିମ୍ କେନ୍ଦ୍ର କରିବା ପାଇଁ ରଣପୁର ବିଧାୟକ ପ୍ରସ୍ତାବ ଦେଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଶିମିଳିଝରକୁ ଇକୋ ଟୁରିଜିମ ପାଇଁ ପ୍ରସ୍ତାବ ଦେଲେ ରଣପୁର ବିଧାୟକ
ଶିମିଳିଝରକୁ ଇକୋ ଟୁରିଜିମ ପାଇଁ ପ୍ରସ୍ତାବ ଦେଲେ ରଣପୁର ବିଧାୟକ
author img

By

Published : Jan 29, 2021, 8:45 AM IST

ନୟାଗଡ: ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ୯ମ ସାଧାରଣ ଅଧିବେଶନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ବନଖଣ୍ଡ ବନୀକରଣ ସଂପର୍କରେ ଆଲୋଚନା କରାଯାଇ କେଉଁ ଅଂଚଳରେ କେତେ ବୃକ୍ଷରୋପଣ କରାଯାଇଛି ଏବଂ ସେଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ କି ପଦକ୍ଷେପ ନିଆଯାଇଛି ତାହା ଆଲୋଚନା କରାଯାଇଥିଲା । ବନବିଭାଗର ରାସ୍ତାଗୁଡ଼ିକ ତୁରନ୍ତ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶିମିଳିଝରକୁ ଇକୋ ଟୁରିଜିମ ପାଇଁ ପ୍ରସ୍ତାବ ଦେଲେ ରଣପୁର ବିଧାୟକ

ରଣପୁର ବ୍ଲକ ଅନ୍ତର୍ଗତ ଶିମିଳିଝରକୁ ବନ ବିଭାଗ ଦ୍ବାରା ରାସ୍ତା ନିର୍ମାଣ କରିବା ସହିତ ଇକୋ ଟୁରିଜିମ୍ କେନ୍ଦ୍ର କରିବା ପାଇଁ ରଣପୁର ବିଧାୟକ ପ୍ରସ୍ତାବ ଦେଇଥିଲେ । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ଏବଂ ୨ ଦ୍ବାରା ନିର୍ମାଣ କରାଯାଉଥିବା ରାସ୍ତା ଏବଂ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା । ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଆଦି ଅନେକ ଦିଗକୁ ନେଇ ଆଲୋଚନା ହୋଇଥିଲା l

ତେବେ ଏହି ବୈଠକରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଉପଧ୍ୟକ୍ଷ ଅଖିଳ କୁମାର ଜାନୀ, ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, କଟକ ସାଂସଦ ଏବଂ ପୁରୀ ସାଂସଦଙ୍କ ପ୍ରତିନିଧି ଯୋଗ ଦେଇଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.