ETV Bharat / state

ମନ୍ଦିର ସେବାୟତଙ୍କୁ ସହାୟତା ପ୍ରଦାନ କଲା ନୟାଗଡ଼ ଜିଲ୍ଲା କଂଗ୍ରେସ

କୋରୋନା ଭଳି ମହାମାରୀରେ ବନ୍ଦ ରହିଛି ସବୁ ମନ୍ଦିର । ସେଥିପାଇଁ ରୋଜଗାର ହରାଇଛନ୍ତି ସେବାୟତମାନେ । ସେବାୟତଙ୍କ ଦୁଃଖ ବୁଝିଲା ନୟାଗଡ଼ ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Jun 1, 2021, 10:57 PM IST

The Nayagarh District Congress helping to the temple Sebayat
ମନ୍ଦିର ସେବାୟତଙ୍କୁ ସହାୟତା ପ୍ରଦାନ କଲା ନୟାଗଡ଼ ଜିଲ୍ଲା କଂଗ୍ରେସ

ନୟାଗଡ଼ : ସେବାୟତଙ୍କ ଦୁଃଖ ବୁଝିଲା ନୟାଗଡ଼ ଜିଲ୍ଲା କଂଗ୍ରେସ । କୋରୋନା ଭଳି ମହାମାରୀରେ ବନ୍ଦ ରହିଛି ସବୁ ମନ୍ଦିର । ସେଥିପାଇଁ ରୋଜଗାର ହରାଇଛନ୍ତି ସେବାୟତମାନେ । ଲକଡାଉନ ପ୍ରଭାବରେ ଦୈନିକ ରୋଜଗାର ହରାଇ ଅତ୍ୟନ୍ତ ଦୁଃଖର ସହ ପରିବାର ପ୍ରତିପୋଷଣ କରୁଥିବା ଶରଣକୁଳ ଲଡ଼ୁବାବା ମନ୍ଦିର ଏବଂ ଓଡଗାଁ ଶ୍ରୀ ରଘୁନାଥ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରୁଥିବା ଅଭାବି ପୂଜକ ସେବାସୀସୁଆର ମାନଙ୍କୁ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଚାଉଳ ପ୍ୟାକେଟ ସହ ଆଳୁ ପ୍ୟାକେଟ, ମାସ୍କ,ସାନିଟାଇଜର ବଣ୍ଟନ କରାଯାଇଥିଲା । ଅସହାୟ ଦୁଃଖୀ ଲୋକଙ୍କ ଦୁଃଖରେ ସାମିଲ ହେବାପାଇଁ ଜିଲ୍ଲାରେ କଂଗ୍ରେସ ଦଳ ପ୍ରୟାସ ଆରମ୍ଭ କରିଛି ।

ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଉଦ୍ୟମରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତା ଆଇନଜୀବି ଚିତ୍ତରଞ୍ଜନ ପ୍ରଧାନ, ଲଷ୍ମଣ ଜେନା, ପ୍ରଫୁଲ୍ଲ ପାଟ୍ଟସାଣି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ଜଗବନ୍ଧୁ ନାୟକ, ସୋମନାଥ ସାହୁ ଏବଂ ଆଇନଜୀବି କର୍ନେଲ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଆଗକୁ ଏଭଳି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.