ETV Bharat / state

ମାର୍କ କମିବାକୁ ନେଇ ତାତିଲେ ଛାତ୍ରଛାତ୍ରୀ: ତାଲା ପକାଇ ଧାରଣାରେ ବସିଲେ

author img

By

Published : Aug 4, 2021, 4:09 PM IST

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡିପଡା କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି l ଜାଣିଶୁଣି ପ୍ରାକ୍ଟିକାଲ ମାର୍କ କାଟି ଦିଆଯାଇଥିବା ଅଭିଯୋଗ କରି କଲେଜ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ l ଅଧିକ ପଢନ୍ତୁ...

ମାର୍କ କମିବାକୁ ନେଇ ତାତିଲେ ଛାତ୍ରଛାତ୍ରୀ: ତାଲା ପକାଇ ଧାରଣାରେ ବସିଲେ
ମାର୍କ କମିବାକୁ ନେଇ ତାତିଲେ ଛାତ୍ରଛାତ୍ରୀ: ତାଲା ପକାଇ ଧାରଣାରେ ବସିଲେ

ନୟାଗଡ଼: ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡିପଡା କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି l ଜାଣିଶୁଣି ପ୍ରାକ୍ଟିକାଲ ମାର୍କ କାଟି ଦିଆଯାଇଥିବା ଅଭିଯୋଗ କରି କଲେଜ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ l କିଛି ଦିନ ପୂର୍ବର ଛାତ୍ରଛାତ୍ରୀ-ଅଧ୍ୟାପକ ବିବାଦ ଆଜି ପୁଣି ଉଗ୍ର ରୂପ ଧାରଣ କରିଛି l

କଲେଜ ଅଧ୍ୟାପକମାନେ ମିଶି ଘରୋଇ କୋଚିଂ ସେଣ୍ଟର କରିଛନ୍ତି l ସେହି କୋଚିଂରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ଦିଆଯାଇଥିବାବେଳେ ଅନ୍ୟ କୋଚିଂରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କମ ମାର୍କ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ମାନେ l ଅଧ୍ୟାପକମାନେ ଘରୋଇ କୋଚିଂରେ ପଢ଼ାଇବାକୁ ସରକାର ବାରଣ କରିଥିବାବେଳେ ସେମାନେ ଏହାର ଖୁଲମଖୁଲା ଉଲ୍ଲଙ୍ଘନ କରିଛନ୍ତି l ସମ୍ପୃକ୍ତ ଅଧ୍ୟାପକ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କୁ ପ୍ରକୃତ ମାର୍କ ଦେବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.