ନୟାଗଡ଼: ମହିଳାଙ୍କ ଅଭିଯୋଗର ଶୁଣାଣି ପାଇଁ ନୟାଗଡ଼ରେ ରାଜ୍ୟ ମହିଳା ଅୟୋଗ ଅଧ୍ୟକ୍ଷା ମିନତୀ ବେହେରା । ଦିନିକିଆ ନୟାଗଡ଼ ଗସ୍ତରେ ଯାଇ ଅଭିଯୋଗର ଶୁଣାଣି କରିଛନ୍ତି ଅଧ୍ୟକ୍ଷା l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିବିରରେ ଅଧ୍ୟକ୍ଷା ମିନତୀ ବେହେରା ଯୋଗଦେଇ ରାଜ୍ୟ ମହିଳା କମିଶନରଙ୍କ ନିକଟରେ ହୋଇଥିବା 56ଟି ମାମଲା ମଧ୍ୟରୁ 36ଟି ମାମଲା ଅଭିଯୋଗ ଉପରେ ଶୁଣାଣି କରିଛନ୍ତି l
ସେଥିମଧ୍ୟରୁ 10ଟି ମାମଲାର ଆପୋଷ ସମାଧାନ ହୋଇଛି । ବିଭିନ୍ନ କାରଣରୁ ସ୍ବାମୀ-ସ୍ତ୍ରୀ ଓ ପରିବାର ଭିତରେ ହୋଇଥିବା ବିବାଦର ସମାଧାନ କ୍ୟାମ୍ପ କୋର୍ଟ ମାଧ୍ୟମରେ ସମାଧାନ ହୋଇ ପାରୁଥିବା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ