ନୟାଗଡ: ଯଦୁପୁରରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ କମିଶନର । ପରୀ ଅପହରଣ ହତ୍ୟା ଘଟଣା ସମ୍ପର୍କରେ ପରୀଙ୍କ ଗାଁ ଯଦୁପୁରରେ ପହଞ୍ଚି ଘଟଣାସ୍ଥଳ ଦେଖିବା ସହ ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି କମିଶନର ।
ପରୀଙ୍କ ବାପା ଅଶୋକ ସାହୁ ଏବଂ ତାଙ୍କ ପତ୍ନୀ ସୌଦାମିନୀଙ୍କ ସହ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ କମିଶନର ଭେଟି ଆଲୋଚନା କରିଛନ୍ତି । ଗାଁରେ ତଦନ୍ତ କରି ନିଷ୍ପାପ ଶିଶୁ ପରୀ ହତ୍ୟାକାଣ୍ଡ ଘଟଣା ଏକ ଦୁର୍ଭାଗ୍ୟଜନକ କହିଛନ୍ତି ସେ l ତେବେ ଶିଶୁ ମାନଙ୍କ ସୁରକ୍ଷା କିଭଳି କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି କମିଶନର l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ