ETV Bharat / state

ଏସଆଇଟି ମୁଖ୍ୟଙ୍କ ଖୁଲାସା, ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିଲେ ସରୋଜଙ୍କ ପରିବାର - Arun Bothra has opened

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି(ଗୁରୁବାର) ସରୋଜକୁ ନେଇ ଯଦୁପୁରରେ ପହଞ୍ଚି କ୍ରାଇମସିନ ରିକ୍ରିଏଟ କରିଥିଲା ଏସଆଇଟି । ତେବେ ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମିଡିଆ ସାମ୍ନାରେ ଖୁଲାସା କରିଛନ୍ତି ।

ଏସଆଇଟି ମୁଖ୍ୟଙ୍କ ଖୁଲାସା
ଏସଆଇଟି ମୁଖ୍ୟଙ୍କ ଖୁଲାସା
author img

By

Published : Dec 24, 2020, 9:21 PM IST

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି(ଗୁରୁବାର) ସରୋଜକୁ ନେଇ ଯଦୁପୁରରେ ପହଞ୍ଚି କ୍ରାଇମସିନ ରିକ୍ରିଏଟ କରିଥିଲା ଏସଆଇଟି । ତେବେ ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ମିଡିଆ ସାମ୍ନାରେ ଖୁଲାସା କରିଛନ୍ତି ।

ଏସଆଇଟି ମୁଖ୍ୟଙ୍କ ଖୁଲାସା

ସେ କହିଛନ୍ତି ଯେ, ଗତକାଲି ଅଭିଯୁକ୍ତ ସରୋଜ ଘରୁ ଜବତ ହୋଇଛି ଗାମୁଛା । ନାବାଳିକାକୁ ହତ୍ୟା କରିବା ପରେ ତା ନାକରୁ ବୋହିଥିବା ରକ୍ତକୁ ପୋଛିଥିଲା ଅଭିଯୁକ୍ତ । ଯାହା ଏହି ତଦନ୍ତ ମାମଲାରେ ବଡ ପ୍ରମାଣ ହେବ ବୋଲି ଆଜି ମିଡିଆ ସାମ୍ନାରେ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ସେ କହିଛନ୍ତି ଯେ, ନାବାଳିକାକୁ ହତ୍ୟା କରିବା ପରେ ତା ନାକରୁ ବୋହିଥିବା ରକ୍ତକୁ ସରୋଜ ସେହି ଗାମୁଛାରେ ପୋଛିଥିଲା । ଆଉ ଗାମୁଛାରୁ ରକ୍ତର ଦାଗ ଛଡାଇବାକୁ ଏହାକୁ ଅନେକ ଥର ସାବୁନ ସର୍ଫରେ ଧୁଆଯାଇଛି ।

ତେବେ ଯେତେ ଧୋଇଲେ ବି ରକ୍ତଦାଗ କିଛି ରହିଯାଏ । ଆମେ ସେହି ଗାମୁଛାକୁ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଛୁ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାବାଳିକା ହତ୍ୟାରେ ଅଭିଯୁକ୍ତ ନିଜେ କରିଥିବାବେଳେ ମୃତଦେହକୁ ନଷ୍ଟ କରିବାକୁ ଏଥିରେ କିଏ କିଏ ସାମିଲ ଅଛନ୍ତି । ତାର ତଦନ୍ତ ଚାଲିଛି । ଏହାବାଦ ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତ ସରୋଜ ସେଠୀର ପରିବାର ଲୋକେ ମଧ୍ୟ କେଉଁଠି ନା କେଉଁଠି ଜାଣିଥିଲେ । ମାତ୍ର କେବେ ଆଉ କିଏ ଜାଣିଥିଲେ । ତାର ତଦନ୍ତ ଚାଲିଛି ।

ଏହାସହ ଅଭିଯୁକ୍ତ ସରୋଜ ନାବାଳିକା ହତ୍ୟା ବାବଦରେ ସବୁ ଖବର ଜାଣିବାକୁ ଅତ୍ୟନ୍ତ ଇଚ୍ଛୁକ ଥିଲା । ସେଥିପାଇଁ ସବୁବେଳେ ଖବର ଦେଖୁଥିଲା ବୋଲି ଏସଆଇଟି ମୁଖ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ସରୋଜର 3 ଦିନିଆ ରିମାଣ୍ଡ ଅବଧି ସରୁଥିବାବେଳେ ଏସଆଇଟି ଅଭିଯୁକ୍ତକୁ ଯଦୁପୁର ନେଇ କ୍ରାଇମ ସିନ ରିକ୍ରିଏଟ କରିଥିଲା । ଘଟଣାସ୍ଥଳକୁ ଆଣି ସରୋଜକୁ ଡେମୋ କରାଯାଇଥିଲା । ଯେଉଁଥିରେ ଘଟଣାଦିନ ସବୁ ଘଟଣା ବର୍ଣ୍ଣନା କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.