ETV Bharat / state

ପରୀ ହତ୍ୟାକାଣ୍ଡ; ପକ୍ସୋ କୋର୍ଟରେ ହାଜର ହେଲା ସରୋଜ, ନାର୍କୋ ଟେଷ୍ଟ ପାଇଁ SITର ଆବେଦନ

ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲାଇଜ ଟେଷ୍ଟ । କୋର୍ଟରେ ନାର୍କୋ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି । ଅଧିକ ପଢନ୍ତୁ...

ପକ୍ସୋ କୋର୍ଟରେ ହାଜର ହେଲା ସରୋଜ
ପକ୍ସୋ କୋର୍ଟରେ ହାଜର ହେଲା ସରୋଜ
author img

By

Published : Jan 4, 2021, 2:05 PM IST

Updated : Jan 4, 2021, 4:02 PM IST

ନୟାଗଡ: ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲାଇଜ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି । ନୟାଗଡ ପକ୍ସୋ କୋର୍ଟରେ ଆବେଦନ କଲା ଏସଆଇଟି । ତେବେ ଏନେଇ ଆସନ୍ତାକାଲି ଶୁଣାଣି କରିବେ କୋର୍ଟ । ଅନ୍ୟପକ୍ଷେ ଆଜି କୋର୍ଟଙ୍କ ସାମ୍ନାରେ ହାଜର ହୋଇଛି ସରୋଜ । ଜେଲ କର୍ତ୍ତୃପକ୍ଷ ସରୋଜଙ୍କୁ କୋର୍ଟରେ ହାଜର କରିଛନ୍ତି l ବିଚାର ବିଭାଗୀୟ ହାଜତରୁ ଅଭିଯୁକ୍ତ ସରୋଜକୁ କୋର୍ଟରେ ହାଜର କରାଯାଇଛି ।

ସରୋଜର ନାର୍କୋ ଟେଷ୍ଟ ଆବେଦନ କଲା ଏସଆଇଟି

ସେପଟେ, ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟରେ ଆବେଦନ କଲେ ସରୋଜର ଓକିଲ । ସରୋଜର ମାଟ୍ରିକ ପ୍ରମାଣପତ୍ର ସହ ଜନ୍ମ ପ୍ରମାଣପତ୍ର ସହ ଆବେଦନ କରାଯାଇଛି । ଏହି ଆବଦେନର ମଧ୍ୟ ଆସନ୍ତାକାଲି ଶୁଣାଣି କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଯଦୁପୁର ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ଗିରଫ କରିଛି । ନୟାଗଡ ମ୍ୟୁନିସିପାଲିଟିର ଦସ୍ତାବିଜ ଅନୁସାରେ ସରୋଜ ସେଠୀକୁ 17 ବର୍ଷ 5 ମାସ ହେଉଛି । ସେପଟେ କିନ୍ତୁ ଓସିଫିକେସନ ଟେଷ୍ଟ କରାଇ ଏସଆଇଟି ତାକୁ ସାବାଳକ ଦର୍ଶାଇଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 4, 2021, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.