ETV Bharat / state

ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର, ୪ ଜୀବନ୍ତ ଦଗ୍ଧ - ଫାଟିଲା ତେଲ ଟ୍ୟାଙ୍କର

ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର । ଅଘଟଣରେ ୪ ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର, ୪ ଜୀବନ୍ତ ଦଗ୍ଧ

author img

By

Published : Jun 11, 2022, 7:37 AM IST

Updated : Jun 11, 2022, 8:00 AM IST

ନୟାଗଡ଼: ବ୍ରିଜ ଉପରୁ ଖସି ଫାଟିଲା ତେଲ ଟ୍ୟାଙ୍କର । ବିସ୍ଫୋରଣରେ ୪ ଜଣ ଜୀବନ୍ତ ଦଗ୍ଧ । ନୟାଗଡ ବଡପଣ୍ଡୁସର ବ୍ରିଜ ତଳକୁ ଏହି ତେଲ ଟ୍ୟାଙ୍କରଟି ଖସି ପଡିଛି । ଏଥିରେ ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ରହିଛି । ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ସ୍ଥାନୀୟ ଯୁବକ ରହିଛନ୍ତି । ଟ୍ୟାଙ୍କର ବିସ୍ଫୋରଣ ଦେଖି ଉଦ୍ଧାର କରିବାକୁ ଯାଇଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର, ୪ ଜୀବନ୍ତ ଦଗ୍ଧ

ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ରାତି ପ୍ରାୟ 1. 45 ସମୟରେ ଏହି ଅଘଟଣ ଘଟିଛି । ପାରାଦୀପରୁ ଡିଜେଲ ନେଇ ଆସୁଥିବା ଏକ ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ବଡ଼ପଣ୍ଡୁସର ଠାରେ ବ୍ରିଜ ତଳକୁ ଖସିପଡ଼ିଥିଲା । ଟ୍ୟାଙ୍କର ଖସି ପଡିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଦେଖି ୩ ଜଣ ସ୍ଥାନୀୟ ଯୁବକ ଘଟଣାସ୍ଥଳକୁ ଯାଇଥିବା ବେଳେ ବିସ୍ଫୋରଣରୁ ଉଦ୍ଧାର କରିବାକୁ ଯାଇଥିବା ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଚାରି ମୃତକଙ୍କ ନାମ ହେଲା ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ । ସମସ୍ତ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳବାହିନୀ, ଆମ୍ବୁଲାନ୍ସ ଓ ଇଟାମାଟି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Last Updated : Jun 11, 2022, 8:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.