ETV Bharat / state

ଅମ୍ରିତ ନିଖୋଜ ଘଟଣା: ସମୟ ଗଡୁଛି ମିଳୁନି ପତ୍ତା, ଘଟଣାସ୍ଥଳରେ ଏସପି

ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ନିଖୋଜ ହେବାର ୪୮ ଘଣ୍ଟା ପରେ ମଧ୍ୟ ପୋଲିସର ହାତ ଖାଲି । ଅମ୍ରିତର ବାପା ମାଆ ସନ୍ଦେହ କରୁଥିବା ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ । ଶନିବାର ନୟାଗଡ଼ SP ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Dec 18, 2022, 7:38 AM IST

ଅମ୍ରିତ ନିଖୋଜ ଘଟଣା
ଅମ୍ରିତ ନିଖୋଜ ଘଟଣା
ଅମ୍ରିତ ନିଖୋଜ ଘଟଣା

ନୟାଗଡ଼: ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ନିଖୋଜ ଘଟଣା । ୪୮ ଘଣ୍ଟା ପରେ ମଧ୍ୟ ପୋଲିସର ହାତ ଖାଲି । ଅମ୍ରିତର ସନ୍ଧାନ ପାଇଁ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ନେଇ ଓଡ଼ଗାଁ ପୋଲିସ ଆଜି କରିଛି ଛାନଭିନ । ଅମ୍ରିତର ବାପା ମାଆ ସନ୍ଦେହ କରୁଥିବା ଲୋକଙ୍କୁ ଥାନାକୁ ନେଇ ବିଭିନ୍ନ ଦିଗରେ ତଦନ୍ତ ଚଳାଇଛି ପୋଲିସ ।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗ୍ରାମରୁ ୧୨ ବର୍ଷର ଛାତ୍ର ନିଖୋଜ ଘଟଣାରେ ଆଜି ନୟାଗଡ଼ SP ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଅମ୍ରିତର ଅପହରଣ ଦିନ ଠାରୁ ତା'ର ସନ୍ଧାନ ପାଇଁ ଅପହରଣ ପଛରେ କଣ ରହିଛି କାରଣ, କାହାର ରହିଛି ସମ୍ପୃକ୍ତି, ସବୁ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଅପହରଣ ନା ଅନ୍ୟ କିଛି ସେ ନେଇ ତଦନ୍ତ କରୁଛି ପୋଲିସ । ଗୁରୁବାର ରାତି ପ୍ରାୟ ସାଢ଼େ ୭ ଟାରେ ଅମ୍ରିତ ଟ୍ୟୁସନରୁ ଘରକୁ ଫେରିବା ବାଟରୁ ନିଖୋଜ ହୋଇଯିବା ଘଟଣାକୁ ୪୮ ଘଣ୍ଟା ପୁରିଲାଣି । ହେଲେ ଅମ୍ରିତର କୌଣସି ସନ୍ଧାନ ମିଳୁନି । ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଅମ୍ରିତ ସନ୍ଧାନ ପାଇଁ SP କୁରାଳ ଗାଁ ଲୋକଙ୍କ ସହଯୋଗ ଲୋଡିଛନ୍ତି । ପରିବାର ମଧ୍ୟରେ ପୂର୍ବରୁ ଜମି ବାଡ଼ି ଭାଗ ବଣ୍ଟା ବିବାଦ ରହିଥିବାରୁ ଅମ୍ରିତର ଦୁଇ ଜେଜେଙ୍କୁ ଥାନାକୁ ନେଇ ପଚରାଉଚରା କରିଛି ପୋଲିସ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅମ୍ରିତ ଟ୍ୟୁସନ ସାରି ଘରକୁ ଫେରୁଥିବା ରାସ୍ତାରେ ୪ ଦିନ ହେଲା ଏକ ପିକଅପ ଭ୍ୟାନ ରହୁଥିଲା । ଅମ୍ରିତ ନିଖୋଜ ଦିନଠୁ ପିକଅପ ଭ୍ୟାନଟି ଉଭାନ ଥିବାରୁ ତାହାର ସନ୍ଧାନ ପାଇଁ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା CCTVକୁ ଯାଞ୍ଚ କରୁଛି ପୋଲିସ । ଅମ୍ରିତ ନିଖୋଜର ପରଦିନ ଘଟଣାସ୍ଥଳକୁ SDPO ଯାଇ ତଦନ୍ତ କରି ଫେରିଥିବାବେଳେ ଗତକାଲି ଘଟଣାସ୍ଥଳକୁ ଯାଇ SP ତଦନ୍ତ କରିଛନ୍ତି । ସେପଟେ ନିଖୋଜ ଅମ୍ରିତ ପରିବାରକୁ ଭେଟିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ଏବଂ ସ୍ଥାନୀୟ ଜନ ପ୍ରତିନିଧି ଦଳ । ଓଡ଼ଗାଁ ପୋଲିସ ନିଖୋଜ ଅମ୍ରିତର ସନ୍ଧାନ ପାଇବାରେ ସକ୍ଷମ ହୋଇନଥିବାବେଳେ ଦିନ ଗଡି ଚାଲିଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କିମ୍ବା CBI ତଦନ୍ତ ପାଇଁ ଦାବି ହେଉଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.