ETV Bharat / state

ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି, ନୟାଗଡ଼ରେ ସତ୍ୟବ୍ରତଙ୍କ ପଦଯାତ୍ରା

author img

By

Published : Nov 15, 2020, 12:50 PM IST

ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ନୟାଗଡ଼ରେ ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାଶଙ୍କ ପଦଯାତ୍ରା । ସତ୍ୟବ୍ରତଙ୍କ ମାତୃଭୂମି ପ୍ରତି ଏଭଳି ପଦକ୍ଷେପକୁ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

satyabrata das march in nayagarh for demanding to special states
ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବୀ, ନୟାଗଡ଼ରେ ସତ୍ୟବ୍ରତଙ୍କ ପଦଯାତ୍ରା

ନୟାଗଡ଼: ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାଶଙ୍କ ପଦଯାତ୍ରା ନୟାଗଡ଼ ଜିଲ୍ଲାରେ ପହଞ୍ଚିଛି l ପ୍ରଥମେ ସେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକରେ ପହଞ୍ଚିଥିଲେ l ତାଙ୍କୁ ନୂଆଗାଁ ବ୍ଲକ ବଙ୍ଗଳାଠାରେ ବରିଷ୍ଠ ନାଗରିକ ମଞ୍ଚ, ନୂଆଗାଁ ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଂଘ, ଲୋକ ପ୍ରତିନିଧିମାନଙ୍କ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ବିକାଶର ଧାରା ଓ ଓଡ଼ିଶାର ଉନ୍ନତି ପାଇଁ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି ପତ୍ର ରାଷ୍ଟ୍ରପତି ଉଦ୍ଦେଶ୍ୟରେ ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରାଙ୍କୁ ପ୍ରଦାନ କରିଥିଲେ l

ଦଶପଲ୍ଲା ବ୍ଲକରେ ସତ୍ୟବ୍ରତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ l ସତ୍ୟବ୍ରତ ୨୬ ଟି ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିସାରିବା ପରେ ନୟାଗଡ ଜିଲ୍ଲାରେ ପହଞ୍ଚିଛନ୍ତି l ଏଥି ସହିତ ସେ ୮୬୦୦ କିମିରୁ ଉର୍ଦ୍ଧ୍ବ ପଦଯାତ୍ରା କରିସାରିଥିବା ଜଣାପଡ଼ିଛି l

ସେହିପରି ଓଡଗାଁରେ ସତ୍ୟବ୍ରତଙ୍କୁ ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ l ସତ୍ୟବ୍ରତଙ୍କ ମାତୃଭୂମି ପ୍ରତି ଏଭଳି ପଦକ୍ଷେପକୁ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.