ETV Bharat / state

ଭାରସାମ୍ୟ ହରାଇ 3 ଫୁଟ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌

author img

By

Published : Nov 21, 2020, 5:17 PM IST

ନୟାଗଡ଼ ଜିଲ୍ଲାରେ ସୋରଡ଼ା ଗ୍ରାମ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ 3 ଫୁଟ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Rice loaded truck dropped into three feet in Nayagarh by lost its balance
ଭାରସାମ୍ୟ ହରାଇ ତିନି ଫୁଟ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌

ନୟାଗଡ଼: ଜିଲ୍ଲାର ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମ ନିକଟରେ ଶନିବାର ଭାରସାମ୍ୟ ହରାଇ 3 ଫୁଟ ତଳକୁ ଏକ ଚାଉଳ ବୋଝେଇ ଟ୍ରକ୍‌ ଖସି ପଡିଛି । ଏହି ଦୁର୍ଘଟଣାରେ ଆହତ ଗାଡି ଚାଳକ ଓ ହେଲ୍ପରକୁ ଦମକଳ ଗାଡି ସାହାଯ୍ୟରେ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥରେ ଟ୍ରକ୍‌ଟି ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପିଡିଏସ୍ ଚାଉଳ ବୋଝେଇ ଏକ 16 ଚକିଆ ଟ୍ରକ୍‌ଟି ଗାଡ଼ି ନଂ (ଓଡ଼ି 25 ଜେ 4989) ସୋନପୁରରୁ ଜଗତସିଂହପୁର ଯାଉଥିଲା । ସୋରଡ଼ା ଛକ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ 3 ଫୁଟ ରାସ୍ତା ତଳକୁ ଖସି ପଡିଥିଲା ।

ଖବର ପାଇ ନୂଆଗାଁ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଚାଳକ ଏବଂ ହେଲ୍ପରକୁ ଦମକଳ ଗାଡ଼ି ସାହାଯ୍ୟରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଟ୍ରକ୍‌ଟି ଓଲଟି ପଡ଼ିଥିବା ଯୋଗୁଁ ଟ୍ରକ୍‌ରେ ବୋଝେଇ ହୋଇଥିବା ଚାଉଳ ଦୁର୍ଘଟଣାସ୍ଥଳରେ ବିଚ୍ଛୁରିତ ହୋଇ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଛି l ଟ୍ରକ୍ ମାଲିକ ନୟାଗଡ଼ର ବୋଲି ଜଣାପଡ଼ିଛି l ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ଏଡ଼ାଇବା ପାଇଁ ପ୍ରଶାସନ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.