ETV Bharat / state

ରଥଯାତ୍ରା ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ଚଳଚଞ୍ଚଳ

author img

By

Published : Jul 1, 2022, 10:06 PM IST

ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁରରେ ଧୁମଧାମରେ ପାଳିତ ହେଉଛି ରଥଯାତ୍ରା । ରଥଯାତ୍ରା ପାଇଁ ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ। ଅଧିକ ପଢନ୍ତୁ

ରଥଯାତ୍ରା ପାଇଁ ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର ଚଳଚଞ୍ଚଳ

ନୟାଗଡ଼: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁରରେ ଧୁମଧାମରେ ପାଳିତ ହେଉଛି ରଥଯାତ୍ରା । ରଥଯାତ୍ରା ପାଇଁ ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ। ପୁରୀ ପରି ସମାନ ନୀତିକାନ୍ତିରେ ଏଠାରେ ପ୍ରତିବର୍ଷ କାହିଁ କେଉଁ କାଳରୁ ରଥଯାତ୍ରା ଅନୁଷ୍ଠିତ ହୁଏ।

ଜଗନ୍ନାଥଙ୍କ 16 କଳାରୁ ଗୋଟିଏ କଳା ରଣପୁର ଜଗନ୍ନାଥଙ୍କ ନିକଟରେ ଥିବାରୁ ପୁରୀ ନଯାଇପାରିଲେ ରଣପୁର ଜଗନ୍ନାଥ ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ତେଣୁ, ପୁରୀ ଯାଇପାରୁନଥିବା ଭକ୍ତ ରଣପୁର ରଥଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥାନ୍ତି। ଦେବି ସୁଭଦ୍ରାଙ୍କ ରଥକୁ ମହିଳା ମାନେ ପାଛୋଟି ନେବେ। ଏଥିପାଇଁ ରଣପୁର ବଡ଼ ଦାଣ୍ଡ ଚଳଚଞ୍ଚଳ ରହିଛି। ଜିଲ୍ଲା ପ୍ରଶାସନ ଏବଂ ରଣପୁର ପ୍ରଶାସନ ତରଫରୁ ବ୍ୟବକ ବ୍ୟବସ୍ଥା କରାଯାଇଛି।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.