ନୟାଗଡ଼: ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡି । ସାମାନ୍ୟ ବର୍ଷାରେ ଫାଣ୍ଡି ସମ୍ମୁଖରେ ଜମି ରହୁଛି ପାଣି । ଏନେଇ ଲୋକେ ହନ୍ତସନ୍ତ । ଦୀର୍ଘ ଦିନ ହେବ ଏଭଳି ସମସ୍ୟା ଦେଖାଯାଉଥିଲେ ବି ଏହାର ସମାଧାନ ପାଇଁ କେହି ଗୁରୁତ୍ବ ଦେଉନାହାଁନ୍ତି l
ଫାଣ୍ଡିକୁ ଯିବାକୁ ହେଲେ କିମ୍ବା ଫାଣ୍ଡିରୁ ବାହାରି ମୁଖ୍ୟ ରାସ୍ତାକୁ ଆସିବାକୁ ହେଲେ ଜମି ରହୁଥିବା ପାଣି ଦେଇ ଆସିବାକୁ ପଡୁଛି l ରାତି ହେଲେ ସମସ୍ୟା ଆହୁରି ବଢୁଛି, ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢୁଛି l ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଲୋକେ ଦାବୀ କରିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ