ETV Bharat / state

ନକଲି ମଦ କାରଖାନାରେ ଚଢ଼ାଉ: ଜଣେ ଗିରଫ

author img

By

Published : Jun 8, 2022, 8:26 PM IST

ନୟାଗଡ଼ ରଣପୁରରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ । ନକଲି ବିଦେଶୀ ମଦ କାରଖାନାରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହ ବିପୁଳ ପରିମାଣର ନକଲି ମଦ ଓ ସାମଗ୍ରୀ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ନକଲି ମଦ କାରଖାନାରେ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ ସହ ଜଣକୁ ଗିରଫ କଲା ପୋଲିସ

ନୟାଗଡ଼: ଅବକାରୀ ବିଭାଗ, ପୋଲିସ ଏବଂ ମୋବାଇଲ ସ୍କ୍ବାଡର ମିଳିତ ଚଢ଼ାଉ । ବିପୁଳ ପରିମାଣର ନକଲି ବିଦେଶୀ ମଦ ଓ ସାମଗ୍ରୀ ଜବତ । ରଣପୁର ଥାନା ଅନ୍ତର୍ଗତ ପିମ୍ପଲ ଓ କେନ୍ଦୁପଲ୍ଲୀ ଅଞ୍ଚଳରେ ଚଢ଼ାଉ କରି ଜଣକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ କେନ୍ଦୁପଲ୍ଲୀ ଗ୍ରାମର ପ୍ରସନ୍ନ ପରିଡ଼ା ବୋଲି ସୂଚନା ମିଳିଛି ।

ତେବେ ଦୀର୍ଘ ଦିନ ଧରି ନକଲି ବିଦେଶୀ ମଦ କାରଖାନା ଚଳାଉଥିବା ପ୍ରସନ୍ନ ନାମରେ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହି ନକଲି ମଦ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା । ରଣପୁର ଅବକାରୀ ବିଭାଗ, ପୋଲିସ ଏବଂ ନୟାଗଡ଼ ମୋବାଇଲ ସ୍କ୍ବାର୍ଡ ମିଳିତ ଭାବେ ଚଢ଼ାଉ କରି ୪୦୦ ବୋତଲ ନକଲି ମଦ ସହିତ ୩୦୦ ଲିଟର ସ୍ପିରିଟ, ୧୦ ଲିଟର କାରାମେଲ, ୨୫୦୦ ଲେବଲ ଏବଂ ୨୦୦୦ ଠିପି ଜବତ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.