ETV Bharat / state

ଲେଖାଶ୍ରୀ ଭୁଲ ମାଗିବାକୁ ଦାବି କଲେ ପୁରୀ ସାଂସଦଙ୍କ ପ୍ରତିନିଧି ଲିଙ୍କନ ସୁବୁଦ୍ଧି - Puri MP representative Lincon Subuddhi demand

ମଣିଷର ଔକାତ ନାହିଁ ଜଗନ୍ନାଥଙ୍କୁ ପରିଚୟ ଦେବାର l ଜଗନ୍ନାଥଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ବିଜେପି ନେତ୍ରୀ ଲେଖାଶ୍ରୀ ଭୁଲ ମାଗନ୍ତୁ ବୋଲି ଦାବି କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଓଡଗାଁ ବ୍ଲକ ପ୍ରତିନିଧି ଲିଙ୍କନ ସୁବୁଦ୍ଧି । ଅଧିକ ପଢନ୍ତୁ...

Lincon Subuddhi demand Lekhashree apology for their view on jagannath
ଲେଖାଶ୍ରୀ ଭୁଲ ମାଗିବାକୁ ଦାବି କଲେ ପୁରୀ ସାଂସଦଙ୍କ ପ୍ରତିନିଧି ଲିଙ୍କନ ସୁବୁଦ୍ଧି
author img

By

Published : Nov 23, 2020, 3:47 AM IST

ନୟାଗଡ଼: ମଣିଷର ଔକାତ ନାହିଁ ଜଗନ୍ନାଥଙ୍କୁ ପରିଚୟ ଦେବାର l ଜଗନ୍ନାଥଙ୍କ ଯୋଗୁଁ ଓଡ଼ିଶାବାସୀ ସାରା ବିଶ୍ଵରେ ପରିଚିତ ହୋଇ ପାରିଛନ୍ତି ବୋଲି ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଓଡଗାଁ ବ୍ଲକ ପ୍ରତିନିଧି ଲିଙ୍କନ ସୁବୁଦ୍ଧି ମତ ଦେଇଛନ୍ତି ।

ଲେଖାଶ୍ରୀ ଭୁଲ ମାଗିବାକୁ ଦାବି କଲେ ପୁରୀ ସାଂସଦଙ୍କ ପ୍ରତିନିଧି ଲିଙ୍କନ ସୁବୁଦ୍ଧି

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୁରୀରେ ସମ୍ବିତ ପାତ୍ର ସାଂସଦ ଭାବେ ପ୍ରାର୍ଥି ହେବା ପରେ ଭାରତବାସୀ ପୁରୀ ଓଡ଼ିଶାରେ ବୋଲି ଜାଣି ପାରିଛନ୍ତି ବୋଲି ମତ ଦେଇଥିଲେ l ଏହି ଘଟଣା ପରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ବିଜେଡି ନେତ୍ରୀ ଲିଙ୍କନ ସୁବୁଦ୍ଧି ଲେଖାଶ୍ରୀ ଭୁଲ ମାଗିବାକୁ ଦାବି କରିଛନ୍ତି l ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ଜଗନ୍ନାଥ ସାରା ବିଶ୍ଵର ଠାକୁର ଭାବେ ପରିଚିତ l ମହାପ୍ରଭୁ ଜଗନ୍ନାଥଙ୍କ ଯୋଗୁଁ ଭାରତ ଓ ଓଡ଼ିଶା ବିଶ୍ଵ ଦରବାରରେ ଜଗନ୍ନାଥ ଦେଶ ଭାବେ ପରିଚିତ l କିନ୍ତୁ ସମ୍ବିତ ପାତ୍ରଙ୍କ ଯୋଗୁଁ ପୁରୀରେ ଓଡ଼ିଶା ଅଛି ବୋଲି ଜଣା ପଡ଼ିବା ଭଳି ଲେଖାଶ୍ରୀଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଲିଙ୍କନ ମତ ଦେଇଥିଲେ l

ଭୁଲ ମନ୍ତବ୍ୟ ଦେଇଥିବା ଲେଖାଶ୍ରୀ ସମସ୍ତ ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀଙ୍କ ନିକଟରେ ଭୁଲ ମାଗିବା ପାଇଁ ଲିଙ୍କନ ଓ ଉପସ୍ଥିତ ସମର୍ଥକ ଦାବି କରିଛନ୍ତି । ଏହାକୁ ନେଇ ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସମୂହ ଦୀପ ଦାନ କରାଯାଇଥିଲା l ଏହି ସମୂହ ଦୀପ ଦାନରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସୁରେଶ ମିଶ୍ର, ସୁଶାନ୍ତ ମିଶ୍ର, ରଞ୍ଜନ ଦାସ, ସୁଶାନ୍ତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.