ETV Bharat / state

ଲୁଟେରା ପାଙ୍ଗା ମୃତ୍ୟୁ ଘଟଣା; ବାରବାଟୀ ଗାଁରେ ପୋଲିସର ଛାନଭିନ

କୁଖ୍ୟାତ ଡକାୟତ ପାଙ୍ଗା ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଲୁଟ କରିବାକୁ ଯାଇ ଗ୍ରାମବାସୀଙ୍କ ହାବୁଡରେ ପଡି ପାଙ୍ଗାର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ...

ବାରବାଟୀ ଗାଁରେ ପୋଲିସ ଛାନଭିନ
ବାରବାଟୀ ଗାଁରେ ପୋଲିସ ଛାନଭିନ
author img

By

Published : Mar 2, 2021, 10:45 AM IST

ନୟାଗଡ: କୁଖ୍ୟାତ ଡକାୟତ ପାଙ୍ଗା ମୃତ୍ୟୁ ଘଟଣା । ବାରବାଟୀ ଗାଁରେ ପହଞ୍ଚିଲା ଘଟଣାର ଯାଞ୍ଚ କରୁଥିବା ପୋଲିସ । ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ପୋଲିସର ଛାନଭିନ କରୁଛି । ଗତକାଲି ଲୁଟ ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ଡକାୟତ ପାଙ୍ଗାର ଯାଇଥିଲା ଜୀବନ ।

ବାରବାଟୀ ଗାଁରେ ପୋଲିସ ଛାନଭିନ

ସୋମବାର ବାରବାଟୀ ଗାଁର ଅରକ୍ଷିତ ଭଟ୍ଟ ପ୍ରତିଦିନ ପରି ପ୍ରାତଃ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ଡିମିଶର ଗାଁର ପ୍ରଭାତ କୁମାର ରାଉତ ଓରଫ ପାଙ୍ଗା ଅରକ୍ଷିତଙ୍କୁ ଧକ୍କା ଦେଇଥିଲା । ପରେ ତାଙ୍କ ଠାରୁ ମୋବାଇଲ ଓ ସୁନା ଟେନ ଲୁଟ କରିବାକୁ ଉଦ୍ୟମ କରିଥିଲା । ହେଲେ ଏହି ସମୟରେ ବାରବାଟୀ ଗାଁର କିଛି ଯୁବକ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ । ଲୁଟେରା ପାଙ୍ଗାକୁ କାବୁ କରିବାରେ ଗ୍ରାମବାସୀ ସଫଳ ହୋଇଥିଲେ ।

ଏହା ପରେ ଗ୍ରାମବାସୀ ଉକ୍ତ ଲୁଟେରାକୁ ପୋଲିସ ହାତରେ ନ ଦେଇ ମନ୍ଦିରକୁ ନେଇଯାଇଥିଲେ । ଆଇନକୁ ନିଜ ହାତରେ ନେଇ ପାଙ୍ଗାକୁ ନିସ୍ତୁକ ମାଡ ମାରିଥିଲେ । ପରେ ଏହି ଘଟଣା ବିଷୟରେ ପୋଲିସ ସୂଚନା ପାଇବା ପରେ ପାଙ୍ଗାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.