ETV Bharat / state

ବେଆଇନ ଖଣି ମାଫିଆଙ୍କୁ ବିରୋଧ: ପ୍ରତିବାଦରେ ରାସ୍ତା ରୋକ - ନୟାଗଡ଼ ବେଆଇନ ଖଣି ଘଟଣା

ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳରେ ମାତିଛନ୍ତି ଖଣି ମାଫିଆ । ଏହାକୁ ବନ୍ଦ କରିବା ପାଇଁ କିଛି ଦିନ ପୂର୍ବେ ରଣପୁର ତହସିଲ ଘେରିଥିଲେ ଲୋକେ । ଅଧିକ ପଢନ୍ତୁ

ବେଆଇନ ଖଣି ମାଫିଆଙ୍କୁ ବିରୋଧ: ପ୍ରତିବାଦରେ ରାସ୍ତା ରୋକ

author img

By

Published : Dec 2, 2021, 10:12 PM IST

ନୟାଗଡ଼: ଜିଲ୍ଲାର ରଣପୁର ଅଞ୍ଚଳରେ ମାତିଛନ୍ତି ଖଣି ମାଫିଆ । ଏହାକୁ ବନ୍ଦ କରିବା ପାଇଁ କିଛି ଦିନ ପୂର୍ବେ ରଣପୁର ତହସିଲ ଘେରିଥିଲେ ଲୋକେ । ବନ୍ଦ ପାଇଁ ପ୍ରଶାସନ ପ୍ରତିଶୃତି ଦେଇଥିଲା ମାତ୍ର ତା’ର ଉଲ୍ଲଙ୍ଘନ କରାଯାଉଛି । ଏହାର ପ୍ରତିବାଦରେ ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ନେତୃତ୍ଵରେ କୋଇଲମା ଛକଠାରେ ଚାନ୍ଦପୁର-ରାଜସୁନାଖଳା ରାସ୍ତାକୁ ବନ୍ଦ କରିଥିଲେ ।

ବେଆଇନ ଖଣି ମାଫିଆଙ୍କୁ ବିରୋଧ: ପ୍ରତିବାଦରେ ରାସ୍ତା ରୋକ

ସ୍ଥାନୀୟ ଲୋଧାଚୁଆ, ବୃନ୍ଦାବନପୁର, ପିମ୍ପଲ, ଖଇରପଲ୍ଲୀ, ତାଳକଣି ଓ କୁଲାସର ପଞ୍ଚାୟତର ଜନସାଧାରଣଙ୍କ ତରଫରୁ ଦୀର୍ଘ ତିନି ଘଣ୍ଟା କାଳ ସୁନାଖଳା ଓ ଚାନ୍ଦପୁର ରାସ୍ତା ଅବରୋଧ କରାଯାଇଥିବା ବେଳେ ଦୁଇ ପାର୍ଶ୍ଵରେ ଗାଡି ମଟର ଅଟକି ରହିଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ଯୁଗଳ ମିଶ୍ର ଓ ରଣପୁର ଥାନାଧିକାରୀ ରଶ୍ମିରଞ୍ଜନ ଦାସ ଉପସ୍ଥିତ ହୋଇ ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ସହ ୭ଦଫା ଦାବିକୁ କାର୍ଯ୍ୟକାରୀ କରି ବେଆଇନ ଖଣି, ବ୍ଲାଷ୍ଟିଂ ଓ କ୍ରସର ବନ୍ଦ କରିବାକୁ କହିଥିଲେ ।

ଏଥିସହ ବେଆଇନ ଖଣି ମାଫିଆଙ୍କ ବିରୋଧରେ ଦଣ୍ଡବିଧାନ କରିବା ଏବଂ ବ୍ଲାଷ୍ଟିଂରେ କ୍ଷତିଗ୍ରସ୍ତ ଘର ଓ ଜମିର ତଦ୍ଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାର ଲିଖିତ ପ୍ରତିଶୃତି ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଘୋଷଣା କରିବା ପରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଶରତ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.