ETV Bharat / state

ପରୀ ହତ୍ୟା ଘଟଣା: ନୟାଗଡ ଯଦୁପୁରରେ ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ବରୀ

author img

By

Published : Dec 10, 2020, 1:13 PM IST

ଯଦୁପୁରରେ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ପରୀ ପରିବାରକୁ କଲେ ସାକ୍ଷାତ । ଅଧିକ ପଢନ୍ତୁ...

ପରୀ ହତ୍ୟା ଘଟଣା
ପରୀ ହତ୍ୟା ଘଟଣା

ନୟାଗଡ: ଯଦୁପୁରରେ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରେନ୍ଦଶ୍ବରୀ । ପରୀର ଗାଁ ଯଦୁପୁରକୁ ଯାଇ ପରୀ ବାପା ମା’ ଙ୍କ ସହ ଆଲୋଚନା କରିଛନ୍ତି ସେ । ଏହାସହ ସେ ପରୀର ହାଡ ମିଳିଥିବା ସ୍ଥାନକୁ ଯାଇ ପରିଦର୍ଶନ କରିଛନ୍ତି ।

ପରୀ ହତ୍ୟା ଘଟଣା

ଏହି ଅବସରରେ ସେ ପରୀକୁ ନ୍ୟାୟ ଦେବା ପାଇଁ ଆଶ୍ବାସନା ଦେଇଛନ୍ତି l ଡି ପୁରେନ୍ଦଶ୍ବରୀ ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ରାଜ୍ୟ ଗସ୍ତ l ଯାହାକୁ ନେଇ ବିଜେପିରେ ଉତ୍କଣ୍ଠା ଦେଖାଦେଇଛି ।

ଅନ୍ୟପକ୍ଷେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନିର୍ଦ୍ଧିଷ୍ଟ କାଳ ଗଣଧାରଣା 6 ଦିନରେ ପହଞ୍ଚିଛି l ସେଠାକୁ ସେ ଯିବା ସହ ଗଣଧାରଣାରେ ସାମିଲ ହୋଇଛନ୍ତି l ସୂଚନାଥାଉକି, ପରୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଅଟଳ ରହିଛି ବିଜେପି ।

ବିଧାନସଭାରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଥିବାବେଳେ ଏବେ ବାହାରେ ମଧ୍ୟ ଆନ୍ଦୋଳନକୁ ଜୋର କରିଛି ଦଳ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.