ନୟାଗଡ଼: ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାରେ ମିଳିଲା ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ । ଗାଁ ପୋଖରୀରୁ ନାବାଳିକାର ଲେଗିନ୍ସ ଉଦ୍ଧାର କରିଛି ଏସଆଇଟି । ନାବାଳିକାର ମୃତଦେହ ଅବଶେଷ ଖୋଜିବା ପାଇଁ ଆଜି(ମଙ୍ଗଳବାର) ଦିନ ତମାମ ପୋଖରୀ ସୁଖାଇବା କାର୍ଯ୍ୟରେ ଲାଗିଥିଲା ଓଡରାଫ ଟିମ। ଗତକାଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା।
କୋର୍ଟରେ ମୁଖ୍ୟ ଅଭିଯୁକ୍ତ ସାବାଳକ ବୋଲି ପ୍ରମାଣ ହୋଇଥିଲା। ଏହାପରେ ଅଭିଯୁକ୍ତକୁ 3 ଦିନ ରିମାଣ୍ଡରେ ନେଇଛି ଏସଆଇଟି। ଏହାସହ କିଭଳି ଭାବରେ ଅଭିଯୁକ୍ତ ସରୋଜକୁ କାବୁ କରିବାରେ ଏସଆଇଟି ସଫଳ ହୋଇଥିଲା ସନେଇ ତଥ୍ୟ ଦେଇଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାପରେ ଅଭିଯୁକ୍ତକୁ ହତ୍ୟାକାଣ୍ଡର ଡେମୋ ଦେଖାଇବାକୁ ଯଦୁପୁରକୁ ନିଆଯାଇ ପାରେ ବୋଲି ଆଲୋଚନା ହେଉଛି।
କୋର୍ଟରେ ହାଜର ହେବାପରେ ନୟାଗଡ଼ ହାଜତକୁ ଅଭିଯୁକ୍ତକୁ ପଠାଇ ଦିଆଯାଇଥିଲା।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ