ETV Bharat / state

ସାତକୋଶିଆ ଗଣ୍ଡର ମଜା ନେବାକୁ ସ୍ଥାନୀୟ ପର୍ଯ୍ୟଟକଙ୍କୁ ସୁଯୋଗ ମିଳୁନଥିବା ଅଭିଯୋଗ - ସାତକୋଶିଆ ସ୍ୟାଣ୍ଡ ରିସର୍ଟ ବଡମୁଳ

ନୟାଗଡ଼ ଜିଲ୍ଲା ମହାନଦୀ ପଠାରେ ରହିଛି ରାଜ୍ୟର ଏକମାତ୍ର ସ୍ୟାଣ୍ଡ ରିସର୍ଟ । ଯେଉଁଠାରେ ତମ୍ବୁ ତଳେ ରାତ୍ରି ଯାପନ କରିବା ସହ ଅଭୟାରଣ୍ୟ ଓ ସାତକୋଶିଆ ଗଣ୍ଡର( satkosia sands resort) ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଅଧିକ ପଢନ୍ତୁ

Outdoor tourists are enjoying in satkosia sands resort, Local tourists are dissatisfied
ସାତକୋଶିଆ ଗଣ୍ଡର ମଜା ନେବାକୁ ସ୍ଥାନୀୟ ପର୍ଯ୍ୟଟକଙ୍କୁ ସୁଯୋଗ ମିଳୁନଥିବା ଅଭିଯୋଗ
author img

By

Published : Dec 7, 2021, 9:24 PM IST

ନୟାଗଡ: ସାତକୋଶିଆ ଗଣ୍ଡର ମଜା ନେଉଛନ୍ତି ବାହାର ପର୍ଯ୍ୟଟକ, କିନ୍ତୁ ସ୍ଥାନୀୟ ପର୍ଯ୍ୟଟକ(Local tourists)ଙ୍କୁ ମିଳୁନି ବୁଲିବାର ସୁଯୋଗ । ନୟାଗଡ଼ ଜିଲ୍ଲା ମହାନଦୀ ପଠାରେ ରହିଛି ରାଜ୍ୟର ଏକମାତ୍ର ସ୍ୟାଣ୍ଡ ରିସର୍ଟ । ଯେଉଁଠାରେ ତମ୍ବୁ ତଳେ ରାତ୍ରି ଯାପନ କରିବା ସହ ଅଭୟାରଣ୍ୟ ଓ ସାତକୋଶିଆ ଗଣ୍ଡର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ।

ସାତକୋଶିଆ ଗଣ୍ଡର ମଜା ନେବାକୁ ସ୍ଥାନୀୟ ପର୍ଯ୍ୟଟକଙ୍କୁ ସୁଯୋଗ ମିଳୁନଥିବା ଅଭିଯୋଗ

ଶୀତଦିନେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏହା ରାଜ୍ୟରେ ଏକ ଅଗ୍ରଣୀ ପର୍ଯ୍ୟଟନ ସ୍ଥଳୀ ରୂପେ ବେଶ ପରିଚିତ ଲାଭ କରିଛି । ନିରୋଳା ପରିବେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜାନେବା ପାଇଁ ଏହା ପର୍ଯ୍ୟଟକଙ୍କ ପାଇଁ ବେଶ ଉତ୍କୃଷ୍ଠ ସ୍ଥାନ । କିନ୍ତୁ ଏହି ସ୍ଥାନକୁ ସ୍ଥାନୀୟ ଲୋକଙ୍କୁ ବୁଲାବୁଲିର ସୁଯୋଗ ମିଳୁନଥିବାରୁ ବଢୁଛି ଅସନ୍ତୋଷ । ଏହି ପର୍ଯ୍ୟଟନ ସ୍ଥଳରେ ରାତ୍ରି ଯାପନ କରିବା ପାଇଁ ECO - TOURISM ପୋର୍ଟାଲରେ ଲୋକଙ୍କୁ ପଞ୍ଜିକରଣ କରି ଟୋକନ ନେଇ ଏଠାରେ ରାତ୍ରିଯାପନ କରିପାରିବେ ପର୍ଯ୍ୟଟକ I ଅନ୍ୟପକ୍ଷେ ଏହାର ସଠିକ ପରିଚାଳନା ପାଇଁ ପାଖରେ ଥିବା ବଡମୁଳ ପଞ୍ଚାୟତର ସ୍ଥାନୀୟ ମୁଦୁଲିଗାଡ଼ିଆ ବାସିନ୍ଦା ଏହାର ପରିଚାଳନା ଦାୟିତ୍ବରେ ଅଛନ୍ତି ।

ଏଠାରୁ ଆଦାୟ ହେଉଥିବା ଲାଭାଂଶର 80ପ୍ରତିଶତ ଅର୍ଥ ସ୍ଥାନୀୟ ବାସିନ୍ଦାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉଥିବାବେଳେ ଏହାକୁ ନିର୍ଭର କରି ପାଖ ପ୍ରାୟ 30ଟି ପରିବାର ଏବେ ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି । କିନ୍ତୁ ଏସବୁ ସତ୍ତ୍ବେ ସ୍ଥାନୀୟ ଲୋକଙ୍କୁ ସ୍ୟାଣ୍ଡ ରିସର୍ଟକୁ ବୁଲାବୁଲି କରିବାର ସୁଯୋଗ ମିଳୁ ନାହିଁ l କେବଳ ବାହାର ପର୍ଯ୍ୟଟକ ଯେଉଁ ମାନେ ଅଧିକ ଅର୍ଥ୍ ଦେଇ ବୁକିଂ କରୁଛନ୍ତି ସେମାନଙ୍କୁ ବୁଲିବାର ସୁଯୋଗ ମିଳୁଛି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ସ୍ଥାନୀୟ ପର୍ଯ୍ୟଟକଙ୍କୁ ଦୈନିକ ବୁଲାବୁଲିର ସୁଯୋଗ ଦେବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.