ETV Bharat / state

ବଦଳିବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ରୂପରେଖ, ଭିତ୍ତିଭୂମିର ବିକାଶ ପାଇଁ 2 କୋଟି 97 ଲକ୍ଷ ମଞ୍ଜୁର

ବଦଳିବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ରୂପରେଖ । ନୟାଗଡ଼ ଜିଲ୍ଲା ଶରଣକୁଳର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଦୁଇଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ବଦଳିବାକୁ ଯାଉଛି ରୂପ ରେଖ । ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ସ୍ବତନ୍ତ୍ର ଅର୍ଥ ମଞ୍ଜୁର କରିଛନ୍ତି । ଅଧିକ ପଢନ୍ତୁ

ବଦଳିବ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପ ରେଖ, ଭିତ୍ତିଭୂମିର ବିକାଶ ପାଇଁ 2 କୋଟି 97 ଲକ୍ଷ ମଞ୍ଜୁର

author img

By

Published : Sep 25, 2022, 10:33 PM IST

ନୟାଗଡ: ବଦଳିବାକୁ ଯାଉଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ରୂପରେଖ । ନୟାଗଡ଼ ଜିଲ୍ଲା କୋମଣ୍ଡ ଓ ସୁନାମୁଁହି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭିତ୍ତିଭୂମିର ଅଭାବ ନେଇ ଅଞ୍ଚଳବାସୀଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି । ଏନେଇ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର 2 କୋଟି 97 ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅର୍ଥ ମଞ୍ଜୁର କରିଛନ୍ତି ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା କୋମଣ୍ଡ ଓ ସୁନାମୁଁହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକ ଦାବି କରି ଆସୁଥିଲେ । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି l ସାଧାରଣ ରୋଗ ପାଇଁ ଲୋକେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିଲେ ମଧ୍ୟ ଉନ୍ନତ ମାନର ଭିତ୍ତିଭୂମି ନଥିଲା l ଏ ନେଇ ଅନେକ ବାର ଲୋକେ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାର ଉକ୍ତ ଦୁଇ ଡାକ୍ତରଖାନା ନିମନ୍ତେ ୨କୋଟି ୯୭ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି l ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସୁନାମୁଁହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିମନ୍ତେ ୨ କୋଟି ଓ କୋମଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୯୭ ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ନୂତନ କୋଠା ନିର୍ମାଣ ହେବ । ଏନେଇ ପ୍ରଶାସନିକ ମଞ୍ଜୁରୀ ପାଇବା ପରେ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ସାରି କାର୍ଯ୍ୟ ଆରମ୍ଭ କରିବା ଲାଗି ଉଦ୍ୟମ ଆରମ୍ଭ ହେବ ବୋଲି ସୂଚନା ମିଳିଛି l ତେବେ ଭିତ୍ତିଭୂମି ସମସ୍ୟାର ସମାଧାନ ଲାଗି ବର୍ତ୍ତମାନ ମଞ୍ଜୁର ହୋଇଥିବା ଅର୍ଥରେ ଅନ୍ତର୍ବିଭାଗ, ବହିଃବିଭାଗ ପୁରୁଷ ଓ ଶିଶୁମାନଙ୍କ ଲାଗି ନୂତନ କୋଠା ନିର୍ମାଣ ହେବ l ଏଥିସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିବ l କୋମଣ୍ଡ ଓ ସୁନାମୁଁହି ପଞ୍ଚାୟତର ପ୍ରାୟ ୧୦ ହଜାରରୁ ଅଧିକ ଲୋକେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ତେଣୁ ଖୁବ ଶୀଘ୍ର ନୂତନ କୋଠା ନିର୍ମାଣ ହୋଇ ଭିତ୍ତିଭୂମି ପ୍ରସ୍ତୁତ ହେଲେ ସ୍ଥାନୀୟ ଜନସାଧାରଣ ଏହାର ସୁବିଧା ନେଇ ପାରିବେ l

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.