ETV Bharat / state

ଦଶପଲ୍ଲାରେ ଗର୍ଜିଲା ଓଡ଼ିଶା ଡ୍ରାଇଭର୍ ମହାସଂଘ, ଦାବି ପୂରଣ ପାଇଁ ସରକାରଙ୍କୁ ଚେତାବନୀ

author img

By

Published : Jun 2, 2022, 6:06 PM IST

Updated : Jun 2, 2022, 7:14 PM IST

ଦଶପଲ୍ଲାରେ ଗର୍ଜିଲା ଓଡିଶା ଡ୍ରାଇଭର ମହାସଂଘ । ତୁରନ୍ତ ଦାବି ପୂରଣ ପାଇଁ ସରକାର ନିକଟରେ ଦାବି କରାଯାଇଛି । ଦାବି ପୂରଣ ନହେଲେ ଦୃଢ଼ ଆନ୍ଦୋଳନର ଚେତାବନୀ । ଅଧିକ ପଢ଼ନ୍ତୁ

ଦଶପଲ୍ଲାରେ ଗର୍ଜିଲା ଓଡ଼ିଶା ଡ୍ରାଇଭର୍ ମହାସଂଘ, ଦାବି ପୂରଣ ପାଇଁ ସରକାରଙ୍କୁ ଚେତାବନୀ
ଦଶପଲ୍ଲାରେ ଗର୍ଜିଲା ଓଡ଼ିଶା ଡ୍ରାଇଭର୍ ମହାସଂଘ, ଦାବି ପୂରଣ ପାଇଁ ସରକାରଙ୍କୁ ଚେତାବନୀ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଡ୍ରାଇଭର୍ ମହାସଂଘର ଆନୁକୂଲ୍ୟରେ ଏକ ବିଶାଳ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନେକ ଜିଲ୍ଲାର ଜିଲ୍ଲା ସଭାପତି ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଶତାଧିକ ଡ୍ରାଇଭର ମାନେ ଉପସ୍ଥିତ ଥିଲେ । ପ୍ରଥମେ ଦଶପଲ୍ଲାର ଆରାଧ୍ୟା ଦେବତା ପ୍ରଭୁ ମହାବୀରଙ୍କ ମନ୍ଦିର ଠାରୁ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଡ୍ରାଇଭରମାନେ ବିଶାଳ ଶୋଭାଯାତ୍ରାରେ ମହକ ମଇଦାନ ପର୍ଯ୍ୟନ୍ତ ଆସିଥିଲେ । ଏ ନେଇ ଆଗକୁ ଓଡ଼ିଶା ଡ୍ରାଇଭର ମହାସଂଘ ଅଧିକରୁ ଅଧିକ ସୁଦୃଢ ହେବ ଏବଂ ସମସ୍ତଙ୍କୁ କେମିତି ସରକାରୀ ସହାୟତା ମିଳିପାରିବ ସେ ଦିଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

୧୧ ଦଫା ଦାବି ପୂରଣ ପାଇଁ ସରକାରଙ୍କ ପାଖରେ ଦାବି କରିଆସୁଛି ଡ୍ରାଇଭର ମହାସଂଘ । କିନ୍ତୁ ସରକାର ଏପର୍ଯ୍ୟନ୍ତ ଦାବି ପୂରଣ କରିନାହାନ୍ତି l ସରକାର ମାଗିଥିବା ୩ମାସ ସମୟ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଦୃଢ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ନୟାଗଡ଼

Last Updated : Jun 2, 2022, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.