ନୟାଗଡ଼: ସକାଳ 7ଟାରୁ ଦିନ 11ଟା ପର୍ଯ୍ୟନ୍ତ ମାର୍କେଟରେ ପରିବା ବଜାର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି l କିନ୍ତୁ ଏହାକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ବଜାରରେ ପାଳନ କରାଯାଉ ନାହିଁ l ପ୍ରତ୍ୟେକ ଦିନ 11ଟା ପରେ ମଧ୍ୟ ପରିବା ଦୋକାନ ଖୋଲୁଛି l 12 ପର୍ଯ୍ୟନ୍ତ ଖୋଲା ରହୁଥିବା ଅଭିଯୋଗ ହେଉଛି l
ପ୍ରଶାସନ ତରଫରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ l ପୋଲିସ ମଧ୍ୟ ଚେକିଂ କରୁନି l ସେଥିପାଇଁ ଖୁଲମଖୁଲା ନିର୍ଦ୍ଧାରିତ ନିର୍ଦ୍ଧିଷ୍ଟ ସମୟ ପରେ ବି ଖୋଲା ରହୁଛି l କଟକଣା ନଥିବା ପରି ମନେ ହେଉଛି l ଅଧା ସର୍ଟର ଖୋଲି ଲୁଗା ଦୋକାନ ମଧ୍ୟ ଖୋଲା ରହୁଛି l ପ୍ରଶାସନର ଦିନେ ଅଧେ ଏଠି ଚେକିଂ କରୁଥିବାରୁ ଏପରି ସମସ୍ୟା ଦେଖାଦେଇଛି l ମାର୍କେଟରେ ମଧ୍ୟ ସାମାଜିକ ଦୂରତା ନିୟମକୁ ପାଳନ କରାଯାଉ ନାହିଁ l ଏପରିକି ଲୋକେ ମୁହଁରେ ମାସ୍କ ପିନ୍ଧୁ ନଥିବା ଦେଖିବାକୁ ମିଳିଛି l ଯାହା ପ୍ରଶାସନର ଅବହେଳା ଯୋଗୁଁ ଏପରି ବିନା କଟକଣାରେ ମାର୍କେଟ ଚାଲିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ