ନୟାଗଡ଼: ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି l ହେଲେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ରାଜନୀତିରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି l ପୌର ନିର୍ବାଚନ ପାଇଁ କଂଗ୍ରେସ ଭଳି ଏକ ଜାତୀୟ ରାଜନୈତିକ ଦଳ ପକ୍ଷରୁ କାଉନସିଲର ଏବଂ ଅଧ୍ୟକ୍ଷ ପଦ ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି |
ତେବେ କେତେକ ବରିଷ୍ଠ କର୍ମୀଙ୍କ କହିବା ଅନୁଯାୟୀ ଦଶପଲ୍ଲାରେ ନେତୃତ୍ବ ବା ସାଂଗଠନିକ ସ୍ଥିତି ଅଭାବ ପାଇଁ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଫଳରେ ଦଶପଲ୍ଲାରେ ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ମାତ୍ର ଏ ସମ୍ପର୍କରେ ଜିଲ୍ଲା ସଭାପତି ରଣଜିତ୍ ଦାଶ କହିଛନ୍ତି ଦଶପଲ୍ଲାରେ ଯେଉଁ ପ୍ରାର୍ଥୀ ଠିକ୍ କରାଯାଇଥିଲା ସେମାନଙ୍କ ନାମରେ ବହୁ ହୋଲଡିଂ ଟ୍ୟାକ୍ସ ବକେୟା ରହିଛି l ସେଥିପାଇଁ ଦଶପଲ୍ଲାରେ ପ୍ରାର୍ଥୀ ଦିଆଯାଇ ପାରିନାହିଁ l କଂଗ୍ରେସ ପ୍ରାର୍ଥୀ ନଦେବାକୁ ନେଇ ଆଲୋଚନା ସରଗରମ ରହିଛି l କଂଗ୍ରେସର ସଂଗଠନ ଦୁର୍ବଳ ରହିଥିବା ଦେଖିବାକୁ ମିଳିଛ l କେବଳ ବିଜେଡ଼ି ଏବଂ ବିଜେପି ସମେତ ସ୍ୱାଧୀନ ଭାବେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ