ETV Bharat / state

ନୟାଗଡ଼ ପୋଲିସର ସଫଳତା, ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଗିରଫ

author img

By

Published : Jun 4, 2022, 10:39 PM IST

ନୟାଗଡ଼ ପୋଲିସର ବଡ଼ ସଫଳତା । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଗିରଫ । ଅଭିଯୁକ୍ତ ୨ ଭାଇ ନୂଆଗାଁ ଥାନା ଖୁଣ୍ଟୁବନ୍ଧ ଗାଁର ଦିଲୀପ ନାୟକ ଏବଂ ଚନ୍ଦନ ନାୟକ । ଉଭୟଙ୍କ ଠାରୁ ୧.୫କିଗ୍ରା ରୁପା ଏବଂ ୨ ଲକ୍ଷ ଟଙ୍କାର ସୁନା ସହ ନଗଦ ୫୫,୦୦୦ ଟଙ୍କା ଜବତ । ଅଧିକ ପଢ଼ନ୍ତୁ

ନୟାଗଡ଼ ପୋଲିସର ସଫଳତା, ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଗିରଫ
ନୟାଗଡ଼ ପୋଲିସର ସଫଳତା, ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଗିରଫ

ନୟାଗଡ଼: ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଭାଇଙ୍କୁ ଗିରଫ ସହିତ ବିପୁଳ ପରିମାଣର ଚୋରି ଅଳଙ୍କାର ଓ ଟଙ୍କା ଜବତ କରିଛି ପୋଲିସ । ନୟାଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଚୋରି ହେଉଥିବାରୁ, ନୟାଗଡ଼ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଏହାର ତଦନ୍ତ ଚଲାଇଥିଲା ।

ଗିରଫ ଅଭିଯୁକ୍ତ ୨ ଭାଇ ନୂଆଗାଁ ଥାନା ଖୁଣ୍ଟୁବନ୍ଧ ଗାଁର ଦିଲୀପ ନାୟକ ଏବଂ ଚନ୍ଦନ ନାୟକ ହୋଇଥିବା ପୋଲିସ କହିଛି । ଏମାନଙ୍କ ଠାରୁ ୧.୫କିଗ୍ରା ରୂପା ଏବଂ ୨ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି । ଏହା ସହିତ ନଗଦ ୫୫,୦୦୦ ଟଙ୍କା ଜବତ ହୋଇଥିବା ପୋଲିସ କହିଛି । ଏହି ୨ ଜଣ ନୟାଗଡ଼ ଟାଉନ ଥାନା ସମେତ ଲକ୍ଷ୍ମୀସାଗର ଥାନା, ଏୟାର ଫିଲଡ ଥାନା, ଧଉଳି ଏବଂ ବରଗଡ଼ ଥାନାରେ ଅନେକ ଲୁଟ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଏବଂ ଅନ୍ୟ କେଉଁ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.