ETV Bharat / state

ପରୀ ହତ୍ୟାକାଣ୍ଡ ଘଟଣା: ପାସୱାର୍ଡ ଖୋଜୁଛି SIT - ପରୀ ହତ୍ୟାକାଣ୍ଡ ଘଟଣା ଅପଡେଟ୍

ବହୁ ଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ମାମଲାରେ ଯଦୁପୁର ଗ୍ରାମର ଜଣେ ଯୁକ୍ତ ତିନି ଛାତ୍ରଙ୍କୁ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପଚରାଉଚରା କରିଛନ୍ତି l ଅଧିକ ପଢନ୍ତୁ...

ପାସୱାର୍ଡ ଖୋଜୁଛି SIT
ପାସୱାର୍ଡ ଖୋଜୁଛି SIT
author img

By

Published : Dec 11, 2020, 1:49 PM IST

ନୟାଗଡ଼: ବହୁ ଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ମାମଲାରେ ଯଦୁପୁର ଗ୍ରାମର ଜଣେ ଯୁକ୍ତ ତିନି ଛାତ୍ରଙ୍କୁ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପଚରାଉଚରା କରିଛନ୍ତି l ଏସଆଇଟି କିଛିଦିନ ତଳେ ଏହି ଛାତ୍ରଙ୍କର ରକ୍ତ, ଲାଳ ଆଦି ପରୀକ୍ଷା କରାଇଥିଲେ । ଗତ ୨ ତାରିଖରୁ ତାଙ୍କ ମୋବାଇଲ୍‌ ଫୋନ ଏସ୍‌ଆଇଟି ନେଇଯାଇଥିଲା l

ପାସୱାର୍ଡ ଖୋଜୁଛି SIT

ତେବେ ମୋବାଇଲ କିମ୍ବା ସେଥିରେ ଥିବା କୌଣସି ଫାଇଲରେ ପାସ୍‌ୱାର୍ଡ ପଡ଼ି ରହିଛି l ଯାହାକୁ ଏସ୍‌ଆଇଟି କର୍ତ୍ତୃପକ୍ଷ ଖୋଲି ପାରିନଥିଲେ l ଯେଉଁଥିପାଇଁ ଏସ୍‌ଆଇଟି ମୋବାଇଲକୁ ଆଣି ଯଦୁପୁରର ଉକ୍ତ ଛାତ୍ରଙ୍କ ଘରକୁ ଆସିଥିଲା l

ତେବେ ପାସୱାର୍ଡ ଖୋଜୁଛି ଏସଆଇଟି l ଛାତ୍ରଙ୍କୁ ପାସୱାର୍ଡ ବିଷୟ‌ରେ ପଚାରିଥିବା ବେଳେ ସେ ପାସୱାର୍ଡ ପକାଇନଥିବା କହିଥଲେ l ଯାହାକୁ ନେଇ ଏସ୍‌ଆଇଟି କର୍ତ୍ତୃପକ୍ଷ ବିରକ୍ତ ହୋଇଥିବା ଜଣାପଡ଼ିଛି l ଏଥିସହିତ ଏସଆଇଟି କର୍ତ୍ତୃପକ୍ଷ ଏହି ‌ମୋବାଇଲକୁ ପୁନର୍ବାର ଜବତ କରି ନେଇ ଆସିଥିବା ଜଣାଯାଇଛି l

ମିଳିଥିବା ଖବର ମୁତାବକ ପରୀ ନିଖୋଜ ହେବା ପୂର୍ବଦିନ ଉକ୍ତ ଛାତ୍ରଙ୍କ ଠାରୁ ଜାମୁକୋଳି ଖାଇଥିଲା। ଏହା ପରଦିନ ଜାମୁକୋଳି ଖାଇବା ଲୋଭରେ ଆସିଛି କି ନାହିଁ ଜଣାପଡ଼ିନାହିଁ l ଏହି ସନ୍ଦେହକୁ ଭିତ୍ତିକରି ସେତେବେଳେ ପୋଲିସ୍‌ ଛାତ୍ରର ମା’ଙ୍କ ଲାଏଡିଟେକ୍ସନର ଟେଷ୍ଟ ପାଇଁ ଭାବୁଥିବା ବେଳେ ଏହା ହୋଇପାରିନଥିବା ଜଣାପଡ଼ିଛି l ଏବେ ଉକ୍ତ ଛାତ୍ରଙ୍କୁ ଏସ୍‌ଆଇଟି ତଦନ୍ତ ପରିସରରେ ରଖିଛି l ହତ୍ୟାକାରୀ ସମ୍ପର୍କରେ ଏସ୍‌ଆଇଟି କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଥିବା ଆଲୋଚନା ହେଉଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.